ETV Bharat / city

ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୋଟିସ ଜାରି - ବାଣିଜ୍ୟିକ ଅନୁଷ୍ଠାନ

ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ରାସ୍ତା ଉପରେ ବେଆଇନ ପାର୍କିଂ ଓ ଟ୍ରାଫିକ ସମସ୍ୟା । ମୁଖ୍ୟତଃ ସ୍କୁଲ ଛୁଟି ସମୟରେ ବିଭିନ୍ନ ସ୍କୁଲ ସାମ୍ନାରେ ଜମୁଛି ଭିଡ । ଏହି ନିତିଦିନିଆ ସମସ୍ୟାର ସମାଧାନ ଦିଗରେ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 31, 2019, 11:35 PM IST

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ରାସ୍ତା ଉପରେ ବେଆଇନ ପାର୍କିଂ ଓ ଟ୍ରାଫିକ ସମସ୍ୟା । ମୁଖ୍ୟତଃ ସ୍କୁଲ ଛୁଟି ସମୟରେ ବିଭିନ୍ନ ସ୍କୁଲ ସାମ୍ନାରେ ଜମୁଛି ଭିଡ । କେଉଁଠାରେ ପିଲାଙ୍କୁ ନେବା ପାଇଁ ଆସି ଅଭିଭାବକ ମାନେ ରାସ୍ତାରେ ଗାଡି ପାର୍କ କଲେଣି ତ କେଉଁଠି ପୁଣି ରାସ୍ତା ଉପରେ ଛିଡା ହେଲାଣି ସ୍କୁଲ ବସ୍‌ । ତେବେ ରାସ୍ତାରେ ଦେଖାଯାଉଥିବା ଏହି ନିତିଦିନିଆ ସମସ୍ୟାର ସମାଧାନ ଦିଗରେ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ପ୍ରାୟ ପ୍ରତିଦିନ ସ୍କୁଲ ଛୁଟି ସମୟରେ ବିଭିନ୍ନ ସ୍କୁଲ ସମୟରେ ଜମୁଛି ଭିଡ । ରାସ୍ତା ଉପରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ମୁଖ୍ୟତଃ ରାଜଧାନୀର ସେଣ୍ଟ ଜୋସେଫ ହାଇସ୍କୁଲ ରାମମନ୍ଦିର ସ୍କୋୟାର, ଡିଏଭି ପବ୍ଲିକ ସ୍କୁଲ-8, ଚନ୍ଦ୍ରଶେଖରପୁର, ପୋଖରୀପୁଟ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପଟିଆ, ଷ୍ଟୁଆର୍ଟ ପବ୍ଲିକ ସ୍କୁଲ ସମେତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ସ୍କୁଲ ଟାଇମରେ ଦେଖାଦେଉଛି ଟ୍ରାଫିକ ସମସ୍ୟା ।

ଏପରିକି ଗାଡି ଜାମ ଏତେ ରହୁଛି ଯେ, ସେହି ରାସ୍ତା ଦେଇ ସାଧାରଣ ଲୋକଙ୍କ ଯିବା ଆସିବା ଏକ ପ୍ରକାର ମୁସ୍କିଲ ହୋଇଯାଉଛି । ଏନେଇ ନିଜସ୍ବ ପରିଚାଳନାରେ ଟ୍ରାଫିକ କିପରି ପରିଚାଳନା କରିବା କଥା ତାହା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଦାୟିତ୍ବ । ହେଲେ ଏଥିପ୍ରତି ଦୃଷ୍ଟିପାତ କରୁନଥିବାରୁ ଏଭଳି ସମସ୍ୟା ଉପୁଜୁଛି । ଯାହାକୁ ନେଇ ପୋଲିସ କମିଶନର କଡା ନିର୍ଦ୍ଦେଶ ଦେଇ ବାଣିଜ୍ୟିକ ଶିକ୍ଷାନୁଷ୍ଠାନକୁ କହିବା ଆରମ୍ଭ କରିଛନ୍ତି ଏବଂ ଲିଖିତ ନୋଟିସ ମଧ୍ୟ ଜାରି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଶିକ୍ଷାନୁଷ୍ଠାନ ସାମ୍ନାରେ ଗହଳି,
କମିସନରେଟ ପୋଲିସର ନୋଟିସBody:

ସ୍କୁଲ ସମୟରେ ଗହଳି। ରାସ୍ତା ଉପରେ ଦିର୍ଘ ସମୟ ଅପେକ୍ଷା।ଲମ୍ବା ଲାଇନ ଓ ଯିବାଆସିବାରେ ସମସ୍ଯା। ରାଜଧାନିରେ ଏଭଳି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଏମିତି ନିତିଦିନ ସମସ୍ଯା।ଯାହାକୁ ନେଇ ତପ୍ତରତା ଦେଖାଇଛି କମିସନରେଟ ପୋଲିସ। ଏଣିକି ଗହଳି ପରିଲିକ୍ଷିତ ହେଉଥିବା ଶିକ୍ଷାନୁଷ୍ଠାନ ବା ବାଣିଜିକ ଅନୁଷ୍ଠାନ ନିଜସ୍ବ ପରିଚାଳନାରେ ଟ୍ରାଫିକ ନିୟନ୍ତ୍ରଣ ନକେଲେ କଠୋର କାର୍ଯାନୁଷ୍ଠାନ ନେବ କମିସନରେଟ ପୋଲିସ। ଏନେଇ କିଛି ନିର୍ଧିଷ୍ଟ ଅନୁଷ୍ଠାନକୁ ନିତିଦିନ ହେଉଥିବା ଟ୍ରାଫିକ ସମସ୍ଯା ପାଇଁ ଲିଖିତ ନୋଟିସ ଜାରି କରିଛି ପୋଲିସ।ତେବେ ଟ୍ରାଫିକ ପରିଚାଳନା ନେଇ ନୁଆ ଡିସିପି ସାଗରିକା ଯୋଗଦେବା ପରେ ଏନେଇ ସ୍ବତନ୍ତ୍ର ଡ୍ରାଇଭ ଜାରି କରିଛନ୍ତି।ତେବେ ଲେନ ଡ୍ରାଇଭିଂ ଠୁ ଆରମ୍ଭ କରି ଓଭରଟେକିଂ ଭଳି ଇଲିଗାଲ ପାର୍କି ପାଇଁ ମଧ୍ଯ ଗୁରୁତ୍ବ ଦେଇଛନ୍ତି। ତେବେ ଦେଖାଯାଉଛି ରାଜଧାନିର ସେଣ୍ଠ ଜୋସେଫ ହାଇସ୍କୁଲ ରାମମନ୍ଦିର ସ୍କୋୟାର,ଡିଏଭି ପବ୍ଲିକ ସ୍କୁଲ ଆଠ ନମ୍ବର,ଚନ୍ଦ୍ରଶେଖରପୁର,ପୋଖରିପୁଟ,ସାଇ ଇଣ୍ଟରନାସନାଲ ସ୍କୁଲ ପଟିଆ,ମଦର ପବ୍ଲିକ ସ୍କୁଲ ଭଳି ଅନେକ ସରସ୍ବତି ବିଦ୍ଯାମନ୍ଦିର ସମ୍ମୁଖରେ ସ୍କୁଲ ଟାଇମରେ ଗହଳି ପରିଲିକ୍ଷିତ ହେଉଛି। ଏପରିକି ଗାଡି ଜାମ ଏତେ ରହୁଛି ଯେ ଯିବା ମୁସ୍କିଲ ହେଉଛି। ଏପରିକି ଅନେକ ଅଭିଭାବକ ଗାଡି ରସ୍ତା ଉପରେ ପାର୍କି କରୁଛନ୍ତି। ତା ସହିତ ସ୍କୁଲ ବସ ମଧ୍ଯ ଠିଆ ହେବା ଯୋଗୁଁ ଭିଡ ହେଉଛି ଫଳରେ ସାଧାରଣ ଲୋକ ଅସୁବିଧା ସାମ୍ନା କରୁଛନ୍ତି।ଏନେଇ ନିଜସ୍ବ ପରିଚାଳନାରେ ଟ୍ରାଫିକ କିପରି ପରିଚାଳନା କରିବା କଥା ତାହା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଦାୟିତ୍ବ। ହେଲେ ଏଥିପ୍ରତି ଦୃଷ୍ଟିପାତ ନ ଯୋଗୁଁ ଏଭଳି ସମସ୍ଯା ଉପୁଜୁଛି।ଯାହାକୁ ନେଇ ପୋଲିସ କମିସନର କଡା ନିର୍ଦେଶ ଦେଇଛନ୍ତି ବାଣିଜିକ ଶିକ୍ଷାନୁଷ୍ଠାନ
ସେହି ଅନୁଷ୍ଠାନ କୁ କହିବା ଆରମ୍ଭ କରିଛୁ ଏବଂ ଲିଖିତ ନୋଟିସ ମଧ୍ଯ ଜାରି କରାଯାଇଛି।Conclusion:ବାଇଟ-ଅଟୋଚାଳକ
ବାଇଟ-କାର ଆରୋହି
ବାଇଟ-ସୁଧାଶୁଂ ସରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.