ଭୁବନେଶ୍ବର: ଆସନ୍ତାକାଲି ଠାରୁ କଡାକଡି ହେବ ମୋଟର ଯାନ ସଂଶୋଧନ ଆଇନ । ଦୀର୍ଘ ଦିନର ମହଲତ ପରେ ମାର୍ଚ୍ଚ ପହିଲାରୁ ଜୋରଦାର ହେବ ଚଢାଉ । ହେଲେ ଏହି ସମୟରେ ରାଜ୍ୟ ସରକାର ପରିବହନ ସଚିବଙ୍କୁ ବଦଳି କରିଛନ୍ତି । ତାହା ପୁଣି ରାଜଭବନକୁ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ବଦଳି ହୋଇଛନ୍ତି ବରିଷ୍ଠ ଆଇଏଏସ ପ୍ରମୋଦ ମେହେର୍ଦ୍ଦା । ସେହିଭଳି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଲ୍ୟାଣ୍ଡ ରେକର୍ଡ କମିଶନରର ଭାବେ ବଦଳି କରାଯାଇଛି । ତେବେ ଶେଷ ମୂହୁର୍ତ୍ତରେ ପ୍ରମୋଦଙ୍କ ବଦଳି ଅନେକ ପ୍ରଶ୍ନ ଛିଡା କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ