ETV Bharat / city

ଶେଷ ହେଲା ସୃଷ୍ଟି ହାସ୍ୟରସାତ୍ମକ ନାଟ୍ୟ ଉତ୍ସବ

ରବିନ୍ଦ୍ର ମଣ୍ଡପରେ ଚାଲିଥିବା ସୃଷ୍ଟି ହାସ୍ୟରସାତ୍ମକ ନାଟ୍ୟ ଉତ୍ସଵ ମଙ୍ଗଳବାର ଶେଷ ହୋଇଛି। କିପରି ମଣିଷ ମନରେ ବସାବନ୍ଧିଥିବା କିଛି ମୂଲ୍ୟହୀନ ବଦ୍ଧ ଧାରଣା ଯୋଗୁ ଅନେକ ଗୁଡିଏ ମୂଲ୍ୟବାନ ସମ୍ପର୍କରେ ଭଟ୍ଟା ଦେଖାଦିଏ। ଯାହାକୁ ଏହି ନାଟକ ମାଧ୍ୟମରେ ଉତ୍କଳ ଥିଏଟରର କଳାକାରମାନେ ପ୍ରଦର୍ଶନ କରିଥିଲେ ।

author img

By

Published : Mar 13, 2019, 7:38 AM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଳଶ୍ବର

ଭୁବନେଶ୍ୱର: ଗତ 9 ତାରିଖ ଠାରୁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଚାଲିଥିବା ସୃଷ୍ଟି ହାସ୍ୟରସାତ୍ମକ ନାଟ୍ୟ ଉତ୍ସଵ ମଙ୍ଗଳବାର ଶେଷ ହୋଇଛି। ଶେଷ ସନ୍ଧ୍ୟାରେ ବିଜୟ ମିଶ୍ରଙ୍କ ରଚିତ ଓ କୈଳାଶ ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ "ତାରି ଲାଗି" ପରିବେଷଣ କରାଯାଇଥିଲା।

କିପରି ମଣିଷ ମନରେ ବସାବନ୍ଧିଥିବା କିଛି ମୂଲ୍ୟହୀନ ବଦ୍ଧ ଧାରଣା ଯୋଗୁ ଅନେକ ଗୁଡିଏ ମୂଲ୍ୟବାନ ସମ୍ପର୍କରେ ଭଟ୍ଟା ଦେଖାଦିଏ। ଯାହାକୁ ଏହି ନାଟକ ମାଧ୍ୟମରେ ଉତ୍କଳ ଥିଏଟରର କଳାକାରମାନେ ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଗୋଟିଏ ସାମାନ୍ୟ କାଗଜଟିକୁ ଖୋଜିବାକୁ ଯାଇ କିପରି ବିଳାସ ବାବୁ କିପରି ସବୁ କିଛି ନଷ୍ଟ କରି ଦେଉଛନ୍ତି।କିନ୍ତୁ ତାହାକୁ ପାଇବାପରେ ସେଇଟା ଯେ ସବୁକିଛି ନୁହେଁ ବୁଝିଲା ବେଳକୁ କିପରି ସବୁକିଛି ଓଲଟା ପାଲଟ ହୋଇଯାଇଥାଏ। ଏହାର ଖୁବ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି କଳାକାର। ତେବେ ଏହି ନାଟକ ଟି ପ୍ରଥମେ ଯେତିକି ହାସ୍ୟ ରସର ଖୋରାକ ଯୋଗାଇଛି ଶେଷ ବେଳକୁ ତାଠାରୁ ଅଧିକ କରୁଣ ରସରେ ମଧ୍ୟ ଦର୍ଶକଙ୍କ ମନ କିଣିନେିଥିବା ଦେଖିବାକୁ ମିଳିଥିଲା।

ସୃଷ୍ଟି ସର୍ଭିସେସ ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି କରାଯାଇଥିବା ଲଟେରୀ ସାହାଯ୍ୟରେ ଦର୍ଶକ ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ସନ୍ଧ୍ୟା ହେତୁ ଅନ୍ୟ ଦିନମାନଙ୍କ ପରି ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ପୁରସ୍କାର ସହିତ ଏକ ମେଗା ପୁରସ୍କାର ମାଇକ୍ରୋ ଓଭେନ ଘୋଷଣା କରିଥିଲେ। ଯାହାକୁ ନବୀନ ଲକି ଡ୍ର ମାଧ୍ୟମରେ ଲାଭ କରିଥିଲେ। ଯାହାକୁ ନାଟ୍ୟକାର ବିଜୟ ମିଶ୍ର ଓ ସୃଷ୍ଟି ଥିଏଟରର ମୁଖ୍ୟ ବିନୟ ଭୂଷଣ ପଟ୍ଟନାୟକ ପୁରସ୍କୃତ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

New Delhi, Mar 12 (ANI): Former Australian cricketer Shane Warne on Tuesday said, "Virat Kohli is a terrific leader but several time we can have experience of MS Dhoni to help Virat when pressure is on. It's easy to captain a side when things are going well but when it's tough you need experience like you saw in MS Dhoni. MS Dhoni is a great player. He can bat anywhere whatever the team needs. He is adaptable and anyone criticizing him has no idea what they're talking about. India need him in World Cup, they need his experience and leadership skills on field to help Virat Kohli as well."
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.