ଭୁବନେଶ୍ବର: ମିଳିତ ପୋଲିସ ସେବା ପରୀକ୍ଷା ତଥା CPSE (Combined Police Service Examination ) 2019ର ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ । କୋଭିଡ ସଂକ୍ରମଣ କାରଣରୁ ଏହି ପରୀକ୍ଷା ୨୦୧୯ ମସିହାରେ ହୋଇପାରିନଥିଲା । ୨୦୧୯ ମସିହାରେ ସ୍ଥଗିତ ଥିବା ଏହି ପରୀକ୍ଷା ୨୦୨୨ ମସିହାରେ ଅନୁଷ୍ଠିତ ହେବ । ଅକ୍ଟୋବର ୩୦ ଓ ଅକ୍ଟୋବର ୩୧ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷା ହେବ । ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ଦ୍ବାରା ଏହାର ସୂଚନା ଦିଆଯାଇଛି ।

ଏହି CPSE 2019 ପରୀକ୍ଷା ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ହେବ । ଏହି ପରୀକ୍ଷା ୩୦ ଟି ଜିଲ୍ଲାରେ ୪୫ ଟି କଲେଜକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ଵରରେ 4ଟି କଲେଜ ରହିଥିବା ବେଳେ କଟକରେ 6 ଟି କଲେଜକୁ ଏହାର ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ 30 ତାରିଖରେ 21543 ଜଣ ପରୀକ୍ଷାର୍ଥୀ ଏବ 31 ତାରିଖରେ 9226 ପରୀକ୍ଷାର୍ଥୀ CPSE 2019 ପରୀକ୍ଷା ଦେବେ । ଯେଉଁ ୪୫ ଟି କଲେଜକୁ ପରୀକ୍ଷା କେନ୍ଦ୍ର ଭାବରେ ନିର୍ଦ୍ଧାରଣ କରାଯାଇଛି ସେହି କଲେଜ ଗୁଡିକ ଅକ୍ଟୋବର ୩୦ ଓ ୩୧ ତାରିଖରେ ପରୀକ୍ଷା ସମୟରେ ବନ୍ଦ ରହିବ ।

ଇଟିଭି ଭାରତ, ଭୁବନେଶ୍ବର