ETV Bharat / city

ରାଜଧାନୀର ହାଇପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗରେ 4 କଲେଜ ଛାତ୍ର

ଶୁକ୍ରବାର ୬ଜଣିଆ ଲୁଟେରା ଗ୍ୟାଙ୍ଗକୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସ ସେମାନଙ୍କ ଠାରୁ ଛୁରି, ୬ ହଜାର ଟଙ୍କା ସହ ୩ଟି ମୋଟର ସାଇକେଲ ଓ ୬ଟି ମୋବାଇଲ ଫୋନ ଜବତ କରିଛି ।

author img

By

Published : Apr 26, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରୁ ଗିରଫ ହେଲେ ହାଇପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗ । ଶୁକ୍ରବାର ୬ଜଣିଆ ଲୁଟେରା ଗ୍ୟାଙ୍ଗକୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗରେ ଅଛନ୍ତି ୪ ଜଣ କଲେଜ ଛାତ୍ର । କମିଶନରେଟ ପୋଲିସ ସେମାନଙ୍କ ଠାରୁ ଛୁରି, ୬ ହଜାର ଟଙ୍କା ସହ ୩ଟି ମୋଟର ସାଇକେଲ ଓ ୬ଟି ମୋବାଇଲ ଫୋନ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୁଚନା ମୁତାବକ, କିଛିଦିନ ହେବ ଏହି ଲୁଟେରାଙ୍କ ଟାର୍ଗେଟରେ ଥିଲେ ଖଣ୍ଡଗିରି ଛକ ନିକଟରେ ରହୁଥିବା ଟ୍ରକ ଡ୍ରାଇଭର । ବିଶେଷ କରି ଏମାନେ ଅଣଓଡିଆ ଟ୍ରକ ଡ୍ରାଇଭରମାନଙ୍କୁ ଟାର୍ଗେଟରେ ରଖୁଥିଲେ । ପାଣି ମାଗିବା ବାହାନାରେ ସେମାନେ ଲୁଟପାଟ କରୁଥିଲେ ।

ତେବେ ଗୁରୁବାର ପିସିଆର ପାଟ୍ରୋଲିଂ ବେଳେ ଧରାପଡିଥିଲା ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ । ପରେ ଖଣ୍ଡଗିରି ପୋଲିସ ଓ ପିସିଆର ଷ୍ଟାଫଙ୍କ ମିଳିତ ଚଢାଉ ପରେ ସମ୍ପୂର୍ଣ୍ଣ ଗ୍ୟାଙ୍ଗର ଫର୍ଦ୍ଦାଫାସ ହୋଇଥିଲା ।

ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜଣେ ହାର୍ଡକୋର କ୍ରିମିନାଲ ହୋଇଥିବା ବେଳେ ଅନ୍ୟ 4 ଅଭିଯୁକ୍ତ କଲେଜ ପଢୁଆ ଛାତ୍ର ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ । ଏଥିସହ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ନାମରେ ଅପରାଧିକ ମାମଲା ରହିଥିବା ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.