ETV Bharat / city

PLUS TWO EXAM: ଏପ୍ରିଲ 4ରୁ ପ୍ରାକ୍ଟିକାଲ, ଚିନ୍ତାରେ କଲେଜ ଅଧ୍ୟକ୍ଷ - ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଆସନ୍ତା ଏପ୍ରିଲ ୪ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ନାହାଁନ୍ତି ଅଧ୍ୟାପକ । ଫଳରେ କିଭଳି ପରୀକ୍ଷା ହେବ ସେ ନେଇ ଚିନ୍ତାରେ କଲେଜ ଅଧ୍ୟକ୍ଷ । ଅଧିକ ପଢନ୍ତୁ

PLUS TWO EXAM: ଏପ୍ରିଲ 4ରୁ ପ୍ରାକ୍ଟିକାଲ, ଚିନ୍ତାରେ କଲେଜ ଅଧ୍ୟକ୍ଷ

author img

By

Published : Mar 25, 2022, 9:21 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ 28 ତାରିଖରୁ ଆରମ୍ଭ ହେଉଛି । ଏପଟେ ଏପ୍ରିଲ 4ରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ । କିନ୍ତୁ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ନାହାଁନ୍ତି ଅଧ୍ୟାପକ। କିଭଳି ହେବ ପରୀକ୍ଷା ସେନେଇ କଲେଜ ଅଧ୍ୟକ୍ଷ CHSEକୁ ଜଣାଇଛନ୍ତି । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତ ଅଛନ୍ତି ଛାତ୍ରଛାତ୍ରୀ ।

PLUS TWO EXAM: ଏପ୍ରିଲ 4ରୁ ପ୍ରାକ୍ଟିକାଲ, ଚିନ୍ତାରେ କଲେଜ ଅଧ୍ୟକ୍ଷ

ଏପ୍ରିଲ୍‌ 28 ତାରିଖରୁ ଆରମ୍ଭ ହେବ । ମେ 28 ଯାଏଁ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା କରାଯିବ। ଏପଟେ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 4ତାରିଖରୁ 12 ତାରିଖ ମଧ୍ୟରେ କରାଯିବ । ଥିଓରୀ ପରୀକ୍ଷା ପୂର୍ବରୁ ଆସନ୍ତା ଏପ୍ରିଲ 4ରୁ 12 ତାରିଖ ଭିତରେ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପ୍ରାକ୍ଟିକାଲ ପାଇଁ ଏକ୍ସଟରନାଲ ଆସିବେନି । ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ କରାଇବେ ।

ଏଥିପାଇଁ ତୁରନ୍ତ ପିଲାଙ୍କର ଗ୍ରୁପ୍‌ କରିବାକୁ ସମସ୍ତ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଏହି ସମୟ ବାଦ୍‌ ଯଦି କୌଣସି କଲେଜରେ ପ୍ରାକ୍ଟିକାଲ୍‌ ପରୀକ୍ଷା କରାଗଲା, ପିଲାଙ୍କ ମାର୍କକୁ ସ୍ଥଗିତ ବା ବାତିଲ କରାଯିବ ବୋଲି CHSE ପକ୍ଷରୁ କୁହାଯାଇଛି। ହେଲେ ବିଜେବି ଜୁନିଅର କଲେଜର ଅଧକ୍ଷ ରଞ୍ଜନ ବଳ କହିଛନ୍ତି ଯେ କେମେଷ୍ଟ୍ରି ଏବଂ ଷ୍ଟାଟିଷ୍ଟିକ ବିଷୟରେ କୌଣସି ଅଧ୍ୟାପକ ନାହାନ୍ତି । ଆଖପାଖରେ ଥିବା କଲେଜ ଗୁଡିକରେ ମଧ୍ୟ ଏହି ଦୁଇ ବିଷୟରେ ଅଧ୍ୟାପକ ନାହାନ୍ତି ।

ତେଣୁ ପ୍ରାକ୍ଟିକାଲ କରିବା ଏକ ପ୍ରକାରର ଅସୁବିଧା ହୋଇପାରେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କୁ ଏନେଇ ଚିଠି କରିଛନ୍ତି କଲେଜର ଅଧ୍ୟକ୍ଷ । ତେବେ ପରୀକ୍ଷାକୁ ନେଇ କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଥିବା ବେଳେ ସୁରକ୍ଷା ପାଇଁ ସିସିଟିଭି ଲଗାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ପାଇଁ ମଧ୍ୟ କଲେଜର ରୋଲ ନମ୍ବର ଆଧାରରେ 8 ଟି ଗ୍ରୁପ କରାଯାଇଛି । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତ ରହିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫାଲଇନରେ ହେଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.