ETV Bharat / city

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ଉଚ୍ଚଶିକ୍ଷା ବିଭାଗର ଏକ କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲି ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାରେ ନିଆଯାଇଥିବା ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ଅଧଇକ ପଢନ୍ତୁ

author img

By

Published : May 3, 2022, 3:18 PM IST

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ
ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଏକ କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲି ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାରେ ନିଆଯାଇଥିବା ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ‘‘ନୀତିଶିକ୍ଷା ଓ ମୂଲ୍ୟବୋଧ ତଥା ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’’ ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ଡିଗ୍ରି କଲେଜ୍‌ ପ୍ରୋକଟୋରିଆଲ୍ ଏବଂ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କୁହାଯାଇଥାଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚ ଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବରିଷ୍ଠ ଦିଗ୍‌ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ କରିଛି । ସମୁଦାୟ ୪୨୫୫ ପଦବୀ ନିମନ୍ତେ ଅର୍ଥ ବିଭାଗର ମଞ୍ଜୁରୀ ନିଆସରିଛି । ଏସ୍ଏସବି ଓ ଓପିଏସ୍‌ସିଙ୍କୁ ସୁପାରିଶ କରାଯାଇଛି । ସେଥିରୁ ୨୦୮ ପଦବୀ ପୂରଣ ସରିଥିବା ବେଳେ ଅନ୍ୟଗୁଡ଼ିକ ପାଇଁ ପ୍ରକ୍ରିୟା ଚାଲୁରହିଛି । ୨୦୧୯-୨୦ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୭୮୧ ଜଣ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଏସ୍ଏସବି ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଛି । ୪୭୫ ଜଣଙ୍କର ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି, ୯୮୫ ଜଣ ବି.ଏଡ ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଓ.ପି.ଏସ.ସି ମାଧ୍ୟମରେ ଚାଲିଛି । ୫୧ଟି ସରକାରୀ କଲେଜରେ ଖାଲି ଥିବା ୬୦୬ ଅଧ୍ୟାପକ ପଦବୀରୁ ଓପିଏସସି ମାଧ୍ୟମରେ ୮୫୦ ପଦବୀ ପୂରଣ ହୋଇସାରିଥିବା ବେଳେ ଅନ୍ୟ ଗୁଡ଼ିକର ପ୍ରକ୍ରିୟା ଚାଲୁରହିଛି ।

ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ସ୍ତରରେ ୧୦୦୭ ଖାଲିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବା ବେଳେ ତନ୍ମଧ୍ୟରୁ ଓପିଏସସି ମାଧ୍ୟମରେ ୧୫୦ଟି ପଦବୀ ପୂରଣ ହୋଇସାରିଛି । ‘‘ନୀତିଶିକ୍ଷା ଓ ମୂଲ୍ୟବୋଧ ତଥା ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’’ ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ଡିଗ୍ର କଲେଜ୍‌ ପ୍ରୋକଟୋରିଆଲ୍ ଏବଂ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି ।

ଆନ୍ତର୍ବିଶ୍ଵବିଦ୍ୟାଳୟ ସ୍ତରରେ କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତିର ପ୍ରତିଯୋଗିତାମାନ କରାଯାଇଛି । ନାମଲେଖାରେ ସ୍ୱଚ୍ଛତା ଆଣିବା ପାଇଁ ଇଚଶିକ୍ଷା ବିଭାଗ କାମ ପ୍ରକଳ୍ପ ଅଧୀନରେ ଇ-ଆଡ୍‌ମିଶନ୍ ଲାଗୁ କରାଯାଇଛି । ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ଶିକ୍ଷା ଓ ଅନୁସନ୍ଧାନକୁ ଉନ୍ନତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଗଠନ କରାଯାଇଛି । ଏହିପରି ଅନେକ ସଂସ୍କାରମୂଳକ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ଗ୍ରହଣ କରିଛି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅଧକ୍ଷ ମାନଙ୍କ ସହିତ କଲେଜର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଏହାର ସମାଧାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଓ ‘ମୋ କଲେଜ’ ଅଭିଯାନର ଅଧକ୍ଷ ଆକାଶ ଦାସ ନାୟକ ଆଦି ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.