ଭୁବନେଶ୍ବର: ରାଜ୍ୟରେ ରହିଛି ମୋଟ 129ଟି ଶୀତଳ ଭଣ୍ଡାର । ହେଲେ ଏଥିରୁ 80ଟି ଅକାମୀ । ଗୃହରେ ଏପରି ତଥ୍ୟ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏପରି କହିଛନ୍ତି । ସେହିପରି 49ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରୁଛି ବୋଲି ସେ ଦର୍ଶାଇଛନ୍ତି । ତେବେ ରାୟଗଡରେ 2ଟି ଶୀତଳ ଭଣ୍ଡାର ଥିବାବେଳେ ସେଥିରୁ ବର୍ତ୍ତମାନ ଗୋଟିଏ କାର୍ଯ୍ୟକ୍ଷମ ଥିବା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ