ଭୁବନେଶ୍ବର: ଆଜି ପହିଲି ରଜ ପାଇଁ ଉତ୍ସବମୁଖର ସାରା ରାଜ୍ୟ । ଓଡିଶାର ପ୍ରତ୍ୟେକ ଝିଅ ବୋହୂ ଆନନ୍ଦରେ ପାଳିଥାନ୍ତି ଏହି ପର୍ବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି ଶୁଭେଚ୍ଛା ।
ସେ ଟ୍ବିଟ କରି ଲେଖିଛନ୍ତି, ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।