ETV Bharat / city

ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ‘ମାନବ ଜାତି ରକ୍ଷା କରିବାକୁ ନେବା ପ୍ରତିଜ୍ଞା’ - #KeepClapping

ଆଜି ବିଶ୍ବ ରେଡକ୍ରସ ଦିବସ । ଲକ୍ଷ ଲକ୍ଷ ସ୍ବେଚ୍ଛାସେବୀ କୋଭିଡ-19 ଯୁଦ୍ଧରେ ସାମିଲ ହୋଇଛନ୍ତି । ଏହି ଅବସରରେ ସମସ୍ତେ ଏକ ହୋଇ ମାନବ ଜାତିକୁ ରକ୍ଷା କରିବାକୁ ପ୍ରତିଜ୍ଞା ନେବାକୁ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ମାନବ ଜାତିକୁ ରକ୍ଷା କରିବାକୁ ନେବା ପ୍ରତିଜ୍ଞା

author img

By

Published : May 8, 2020, 12:55 PM IST

ଭୁବନେଶ୍ବର: ଆଜି ବିଶ୍ବ ପାଳୁଛି ରେଡକ୍ରସ ଦିବସ । ସ୍ବେଚ୍ଛାସେବୀଙ୍କ ଅବଦାନକୁ ଆଜିର ଦିନରେ ସମସ୍ତେ ମନେ ପକାଇଥାନ୍ତି । ସାରା ବିଶ୍ୱରେ ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀମାନେ କୋଭିଡ-19 ମାହାମାରୀ ମୁକାବିଲା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ଏଥିରେ ସେ ନିଜେ ମଧ୍ୟ ବଳି ପଡି ଯାଉଛନ୍ତି । ତେବେ ଆଜିର ଦିନରେ ଆସନ୍ତୁ ସମସ୍ତେ ମାନଜ ଜାତିକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିବା ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ମାନବ ଜାତିକୁ ରକ୍ଷା କରିବାକୁ ନେବା ପ୍ରତିଜ୍ଞା
ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ମାନବ ଜାତିକୁ ରକ୍ଷା କରିବାକୁ ନେବା ପ୍ରତିଜ୍ଞା

ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀରେ ମେ 8 ରେ ଏହି ଦିନ ପାଳନ କରାଯାଏ । ରେଡ୍ କ୍ରସ୍ ସୋସାଇଟିର ମୂଳ ଉଦ୍ଦେଶ୍ୟ ହେଉଛି ମୂଳତଃ ସବୁ ସମୟ ଏବଂ ପରିସ୍ଥିତିରେ ସମସ୍ତ ପ୍ରକାର ମାନବିକ କାର୍ଯ୍ୟକଳାପକୁ ପ୍ରେରଣା ଦେବା, ଏବଂ ଉତ୍ସାହିତ କରିବା ।

ରେଡ୍ କ୍ରସ୍ ସୋସାଇଟି ଦ୍ୱାରା ପରିଚାଳିତ ପ୍ରୋଗ୍ରାମ ଗୁଡିକ ମାନବିକ ନୀତି ଏବଂ ମୂଲ୍ୟବୋଧର ପ୍ରୋତ୍ସାହନ ସହିତ ଚାରି ଭାଗରେ ବିଭକ୍ତ କରାଯାଇଛି । ବିପର୍ଯ୍ୟୟ ମୁକାବିଲା, ବିପର୍ଯ୍ୟୟ ପ୍ରସ୍ତୁତି, ସ୍ୱାସ୍ଥ୍ୟ ଏବଂ ଯତ୍ନ । ରେଡ କ୍ରସ୍ ସୋସାଇଟି 7 ଟି ନୀତି ଉପରେ ଆଧାରିତ ହୋଇଥାଏ । ଯଥା ମାନବିକତା, ନିରପେକ୍ଷତା, ସ୍ବାଧୀନତା, ସ୍ବେଚ୍ଛାକୃତ, ଏକତା ଏବଂ ସର୍ବ ଭାରତୀୟତା ।

ମାଇକ୍ରୋବ୍ଲଗିଂ ସାଇଟରେ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ସୋସାଇଟି ଟ୍ୱିଟରରେ କହିଛନ୍ତି ଯେ, ଆଜି ଓ ପ୍ରତ୍ୟେକ ଦିନ କୋଭିଡ-19 ଯୁଦ୍ଧରେ ସାମିଲ ହୋଇଥିବା ସମସ୍ତ ସ୍ବେଚ୍ଛାସେବୀ ଏବଂ କର୍ମଚାରୀଙ୍କ ପାଇଁ ତାଳି ମାରି ତାଙ୍କୁ ଉତ୍ସାହିତ କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.