ETV Bharat / city

ରାଜ୍ୟରେ ଉଗାଣ୍ଡାର Edi Amin ଶାସନ ଚଳାଇଛନ୍ତି ନବୀନ: ପିତାମ୍ବର ଆଚାର୍ଯ୍ୟ

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ସାଂଗଠନିକ ସଂପାଦକଙ୍କୁ ଚ୍ୟାଲେଞ୍ଜ କଲେ ବିଜେପି ମୁଖପାତ୍ର । ଯଦି ଦମ ଅଛି ପ୍ରମାଣ ଦିଅ, ମୁଖ୍ୟମନ୍ତ୍ରୀ ବାନ୍ଧିବେ ବୋଲି ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି ମତ ରଖିଥଲେ ପ୍ରଣବ । ଏହାକୁ ନେଇ ପ୍ରଣବଙ୍କ ଆଇନରେ ଅଜ୍ଞତା ରହିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର । ଅଧିକ ପଢନ୍ତୁ

author img

By

Published : Nov 21, 2021, 7:55 PM IST

Updated : Nov 21, 2021, 8:20 PM IST

spokesperson pitambar acharya
ରାଜ୍ୟରେ ଉଗାଣ୍ଡାର ଇଦି ଅମିନ ଶାସନ ଚଳାଇଛନ୍ତି ନବୀନ ବାବୁ

ଭୁବନେଶ୍ବର: ରାଜ୍ୟରେ ଉଗାଣ୍ଡାର ଇଦି ଅମିନ(Edi Amin) ଶାସନ ଚଳାଇଛନ୍ତି ନବୀନ ବାବୁ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ସାଂଗଠନିକ ସଂପାଦକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେପି ମୁଖପାତ୍ର।

ମମିତା ମେହେର ହତ୍ୟାକାଣ୍ଡ ଓ ମାହାଙ୍ଗା ଡବଲ ମର୍ଡର(mahanga double murder) ଘଟଣାକୁ ନେଇ ଟାର୍ଗେଟ କଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଏହା ସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ଦମ ଅଛି ପ୍ରମାଣ ଦିଅ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ (pitambar acharya) । ରାଜ୍ୟରେ ନବୀନ ବାବୁ ଉଗାଣ୍ଡାର ଇଦି ଅମିନ ଶାସନ ଚଳାଇଛନ୍ତି । ଦମ ଅଛି ପ୍ରମାଣ ଦିଅ, ମୁଖ୍ୟମନ୍ତ୍ରୀ ବାନ୍ଧିବେ ମତ ପ୍ରଣବଙ୍କ ଆଇନରେ ଅଜ୍ଞତା ସ୍ପଷ୍ଟ ବାରି ହୋଇଯାଉଛି । ଗୋଟିଏ ପଟେ ମହାଲିଙ୍ଗ ଘଟଣାରେ ଶାସକ ଦଳ ନେତା ବିରୋଧୀ ଓ ମିଡ଼ିଆକୁ ପ୍ରମାଣ ମାଗୁଛନ୍ତି ।

ରାଜ୍ୟରେ ଉଗାଣ୍ଡାର Edi Amin ଶାସନ ଚଳାଇଛନ୍ତି ନବୀନ

ଅନ୍ୟପଟେ ମାହାଙ୍ଗା ମର୍ଡର କେସରେ ଅଦାଲତ ରାୟ ଆସିବା ପରେ ମଧ୍ୟ ଆଇନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଆଗକୁ ଯାଉନାହିଁ । ବିଜେଡି ସଂଗଠନ ସମ୍ପାଦକଙ୍କୁ ମୋର ଆହ୍ଵାନ ତାଙ୍କର ଦମ ଅଛି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ । ଯଦି ଆଇନ ମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରି ନିରପେକ୍ଷ ତଦନ୍ତକୁ ଆହ୍ବାନ କରନ୍ତୁ । ସିବିଆଇ ହାତରେ ତଦନ୍ତ ଭାର ଦିଅନ୍ତୁ । ପ୍ରମାଣ ଅଛି ନା ନାହିଁ ଆପେ ସ୍ପଷ୍ଟ ହେବ ।

ସେହିପରି ମାହାଙ୍ଗା ମାମଲାରେ କୋର୍ଟ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଗତକାଲି କଲ ରେକର୍ଡ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ । ଏବେ ଯଦି ବବି ବାବୁ ଦମ ଅଛି ବୋଲି କହିବେ ତାଙ୍କ ଦମ କେତେ ଆଇନ ମନ୍ତ୍ରୀଙ୍କୁ ବରଖାସ୍ତ କରି ପ୍ରମାଣ କରନ୍ତୁ । ଶାଳୀନତାର ଅଭାବ ଥିବା ନେତାଙ୍କ ବିରୋଧରେ ମନ୍ତବ୍ୟ ଦେବା ସମିଚୀନ ମନେ କରୁନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିରୋଧୀଙ୍କୁ କୁକୁର କହିବା ଜଣେ ଅହଙ୍କାରୀ ରାଜନେତା ଓ ଚାଟୁକାର ପକ୍ଷରେ ଶୋଭାପାଏ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Nov 21, 2021, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.