ETV Bharat / city

ନବୀନଙ୍କ ନିର୍ଦ୍ଦେଶ ଭୁଲିଗଲେ ଜିଲ୍ଲାପାଳ; ସହାୟତା ପାଇଁ ଆକୁଳ ଦିବ୍ୟାଙ୍ଗ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶନାମା କାର୍ଯ୍ୟକାରୀ ହେବାକୁ ମଧ୍ୟ ଦିନଦିନ ଧରି ଅପେକ୍ଷା କରିବାକୁ ପଡେ ସେଠି ଶୁଣିବ କିଏ କହିବା କାହାକୁ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଆକୁଳ ନିବେଦନ କରୁଛନ୍ତି ଜଣେ ଦିବ୍ୟାଙ୍ଗ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 28, 2019, 10:29 PM IST

Updated : Aug 29, 2019, 11:04 AM IST

ଭୁବନେଶ୍ବର: ଲୋକଙ୍କର ଧନ, ସମ୍ପତି ସୁରକ୍ଷା କରିବା ସହ ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ହେଉଛି ଜଣେ ନିର୍ବାଚିତ ସରକାରଙ୍କ ଦାୟିତ୍ବ । ଏବେ ଆମ ରାଜ୍ୟରେ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ସମସ୍ତ ଯୋଜନା କରୁଛନ୍ତି । ବିଶେଷ କରି ଦିବ୍ୟାଙ୍ଗ ମାନେ ଯେମିତି କୌଣସି ଅସୁବିଧା ନଭୋଗିବେ ସେଥିପାଇଁ ସରକାର ସ୍ବତନ୍ତ୍ର ଯୋଜନା କରୁଥିବା କହୁଛନ୍ତି । ହେଲେ ସରକରାଙ୍କ ଯୋଜନା କେଉଁଠି ନା କେଉଁଠି ବାଟବଣା ହେଉଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏମିତି ଏକ ଘଟଣା ଏବେ ସମ୍ନାକୁ ଆସିଛି । ଗତ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନରସିଂହପୁର ଯାଇଥାନ୍ତି । ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ । ଯିଏକି ନିତିଦିନ କଟକ ବାଦାମବାଡି ଅଞ୍ଚଳରେ ଭିକ୍ଷାବୃତ୍ତି କରନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇବା ସହ ଗୋଟିଏ ଘର ଦେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତତକ୍ଷାଣତ ପାଖରେ ଉପସ୍ଥିତ ଥିବା ସେ ସମୟର କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଘର ଦେବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ଆଜି ଯାଏ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଦିବ୍ୟାଙ୍ଗ ଲିପୁନା ଘର ପାଇଁ ଏ ଅଫିସରୁ ସେ ଅଫିସ ଦୌଉଡି ଦୌଉଡି ନୟାନ୍ତ । ହେଲେ ଘର ମିଳିପାରିଲା ନାହିଁ । ଯାହାକୁ ନେଇ ଲିପୁନା ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କୁ ଘରଟିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଅସହାୟ ଲିପୁନା ନିଜ ଭାଇଙ୍କ ଭଡା ଘରେ ଭୁବନେଶ୍ବରରେ ରହି ପ୍ରତିଦିନ କଟକ ଯିବା ଆସିବା କରି ଭିକ୍ଷା ବୃତ୍ତି କରି ନିଜର ପରିବାର ଚଳାଉଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ହେଉଛି କି ? ପାଣିର ଗାର,
ଦିବ୍ୟଙ୍ଗ ଲିପୁନା କୁ ମୁଖ୍ୟମନ୍ତ୍ରୀବଦେଇ ଥିବା ପ୍ରତିଶ୍ରୁତି କେବେ ହେବ ପୂରଣ

Body:ଭିଓ 1

ସରକାର ଭୁଲି ଗଲେ କି ଦିବ୍ୟାଙ୍ଗ ଦେଇ ଥିବା ପ୍ରତିଶ୍ରୁତି, ନା ତାଂକ ପ୍ରତିଶ୍ରୁତି ପାଣି ର ଗାର, କି ସରକାରୀ ବାବୁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଦେଇ ଥିବା ନିର୍ଦେଶ କୁ ଆଵମାନା କରିଛନ୍ତି। ବର୍ତ୍ତମାନ ଏ ସବୁ ର ପ୍ରଶ୍ନ ସାମ୍ନା କୁ ଆସୁଛି।

ଭିଓ2
ଭଲ କରି ଦେଖନ୍ତୁ ଏହି ଦିବ୍ୟଙ୍ଗ ଲୋକ ଟିକୁ ଯାହାର ନା
ଲିପୁନା ପ୍ରତିହାରୀ ,ବୋଧ ହୁଏ ସଭିଏଁ ଭୁଲିଯାଇଥିବେ। ହେଲେ ଆମର ଠିକ ମନେ ଅଛି ଏ ହେଉଛନ୍ତି ସେହି ଲିପୁନା ଦିବ୍ୟାଙ୍କ ଯିଏ 22/2 /2109 ରେ ମୁଖ୍ୟ ମନ୍ତ୍ରୀ ଙ୍କ ଗାଡି ପଛ ରେ ଦୌଡ଼ି ଥିଲା। ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ କଟକ ନରସିଂହପୁର ଅଞ୍ଚଳ କୁ ଯାଏ ଥିଲେ ଲିପୁନା ସେଠି ନବୀନ ପଟ୍ଟନାୟକ ଙ୍କୁ ଭେଟି ନିଜର ଦୁଃଖ ଜଣାଇ ଥିଲେ। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଲିପୁନା ର ଦୁଃଖ ଶୁଣି ସିଧାସଳଖ ସେ ସମୟ ର କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଙ୍କୁ ନିଦେଶ ଦେଇ ଥିଲେ ଯେ ଯଥା ଶୀଘ୍ର ଲିପୁନା ଙ୍କୁ ବିଜୁ ପକା ଘର ଟିଏ ଦିଆ ଯାଉ। ଆଉ ତା ପରେ ଲିପୁନା ମଧ୍ୟ ଖୁସି ହୋଇ ଯାଇ ଥିଲେ କାରଣ ସେ ଭିକ୍ଷା ବୃତ୍ତି କଲେ ବି ନିଜ ପରିବାର ରହିବା ପାଇଁ ଛାତ ଟିଏ ପାଇବ ବୋଲି,
,
ବାଇଟ ଫାଇଲ ବାଇଟ ଲିପୁନା ପ୍ରତିହାରି

ଭିଓ 3
ହେଲେ ଆଜିକୁ 6 ମାସ ବିତି ଯାଇ ଥିଲେ ଶୁଦ୍ଧା ଲିପୁନା ନିଜର ଘର ପାଇ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି, ଲିପୁନା କହିଛନ୍ତି ଏବେ ବି ଘର ପାଇବାର ତ ଦୂର ର କଥା ,କାଗଜ ପତ୍ର ରେ ତାଙ୍କ ଘର କଥା କେତେ ଦୂର ଗଲା ତାହା ବି ଜାଣି ପାରୁନାହାନ୍ତି, ଆଜି ମଧ୍ୟ ସେ ଭୁବନେଶ୍ୱର ରେ ନିଜ ଭାଇ ଙ୍କ ଭଡା ଘରେ ପଡି ରହି ,ପ୍ରତେକ ଦିନ ଭୁବନେଶ୍ୱର ବସଷ୍ଟାଣ୍ଡ କଟକ ବାଦାମ ବାଡ଼ି ରେ ଭିକ ମାଗୁଛନ୍ତି।

ବାଇଟ ଲିପୁନା
ବାଇଟ ଲିପୁନା ଙ୍କ ପଡେ଼ଶୀ ଭାଉଜ

ଅନ୍ୟ ପଟେ ବିଧାୟକ ଦଳ ର ନେତା ତାରା ପ୍ରାସାଦ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ସବୁ ପ୍ରତିଶ୍ରୁତି ପାଣି ର ଗାର , ତାଙ୍କର ସବୁ ଜିନିଷ ଫେଲ ମାରେ

ବାଇଟ ତାରାପ୍ରସାଦ

ଫାଇନାଲ ଭିଓ
ତେବେ ଦେଖିବା ରହିଲା ଦିବ୍ୟାଙ୍ଗ ଲିପୁନା ତା ହକ ରେ ଥିବା ଘର ଖଣ୍ଡିକ କେବେ ପାଉଛି।

Conclusion:
Last Updated : Aug 29, 2019, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.