ETV Bharat / city

ଅଧିକ କିରୋସିନ ଦେବାକୁ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି

ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରୁ ଅତିରିକ୍ତ 1000 ଲିଟର କିରୋସିନ ଦାବି କରିଛନ୍ତି ।

author img

By

Published : May 10, 2019, 9:27 PM IST

ଫାଇଲ୍ ଫଟୋ

ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରୁ ଅତିରିକ୍ତ 1000 ଲିଟର କିରୋସିନ ଦାବି କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

cmtodp
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଓ ପୁର୍ନଗଠନ କାର୍ଯ୍ୟ କରୁଛନ୍ତି । ବିଦ୍ୟୁତ ସଂଯୋଗ ପୁନଃ ସ୍ଥାପନ ପାଇଁ ଆଉ କିଛିଦିନ ଲାଗିବ । କାରଣ ପୁରୀରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନୂଆ କରି ଗଢାଯାଉଛି ।

ବ୍ୟାପକ ପୁନର୍ଗଠନ କାମ ଚାଲିଥିବା ବେଳେ ବିଦ୍ୟୁତସେବା ବ୍ୟାହତ ହୋଇଛି । ଏହି ବ୍ୟାହତ ଯୋଗୁଁ କିରୋସିନର ଆବଶ୍ୟକତା ବୃଦ୍ଧି ପାଇଛି । ସେହି ଦୃଷ୍ଟିରୁ ଲୋକଙ୍କୁ ରିଲିଫ ଯୋଗାଇବାକୁ ମେ’ ମାସର କୋଟା ସହ ଅତିରିକ୍ତ 1000 ଲିଟର କିରୋସିନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଏକ ସ୍ବତନ୍ତ୍ର ଘଟଣା ଭାବେ ବିଚାର କରି ତୈଳକମ୍ପାନୀଗୁଡିକ ଏହି ତେଲ ମାଗଣାରେ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.