ETV Bharat / city

ରାଜ୍ୟସଭାରେ BJD ସଂସଦୀୟ ଦଳର ନେତା ବାଛିବେ ମୁଖ୍ୟମନ୍ତ୍ରୀ: ଅମର ପଟ୍ଟନାୟକ

author img

By

Published : Jul 16, 2022, 4:48 PM IST

ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ସଂସଦ ଅଧିବେଶନ । ରାଜ୍ୟସଭାରେ BJD ସଂସଦୀୟ ଦଳର ନେତା ମୁଖ୍ୟମନ୍ତ୍ରୀ ବାଛିବେ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

ରାଜ୍ୟସଭା BJD ସଂସଦୀୟ ଦଳର ନେତା ବାଛିବେ ମୁଖ୍ୟମନ୍ତ୍ରୀ: ଅମର ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ସଂସଦ ଅଧିବେଶନ । ରାଜ୍ୟସଭାରେ କିଏ ବିଜେଡ଼ି ସଂସଦୀୟ ଦଳର ନେତା ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଏହାସହିତ ସଂସଦରେ ବିଜେଡ଼ି କେଉଁ ପ୍ରସଙ୍ଗରେ ସ୍ବରକୁ ଅଧିକ ଶାଣିତ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେବେ ।

ଅମର କହିଛନ୍ତି, "ସଂସଦରେ ପୂର୍ବରୁ ଯେଉଁ ସବୁ ପ୍ରସଙ୍ଗ ଉଠି ଆସିଛି, ସେ ସବୁ ପ୍ରସଙ୍ଗ ଉଠିବ । ତା ଛଡା କେଉଁ ସବୁ ପ୍ରସଙ୍ଗରେ ବିଜେଡ଼ିର ସ୍ବରକୁ ଅଧିକ ଶାଣିତ କରିବାର ଅଛି ସେ ନେଇ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେବେ । ଏହାସହ ଯେଉଁ ସବୁ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି ତାହା ଉପରେ ଆଜି ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେବେ ।" ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅମର । ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ବିଷୟରେ ଦ୍ରୌପଦୀ ମୁର୍ମୁଙ୍କ ସହ ଓଡିଶା ଆସିଥିବା କେନ୍ଦ୍ରୀୟ ନେତାମାନେ ବୁଝାଇଛନ୍ତି ।

ଏହା ବି ପଢନ୍ତୁୃ- Parliament Monsoon Session: ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ ଅଧିବେଶନ

ସାଂସଦମାନେ ଦିଲ୍ଲୀ ଗଲେ ପୁଣି ଥରେ ପ୍ରାକ୍ଟିସ କରିବେ । ସହଜ ପ୍ରକ୍ରିୟା ରହିଛି । ତାକୁ କେମିତି ସଠିକ ଭାବେ କରାଯିବ ସେ ନେଇ ଆଲୋଚନା ହେବ । ଭୁବନେଶ୍ବର ଓ ଦିଲ୍ଲୀ ୨ଟି ସ୍ଥାନରେ ଭୋଟ ଦେବାର ବ୍ୟବସ୍ଥା ଅଛି । କିନ୍ତୁ ୧୮ ତାରିଖରୁ ସାଂସଦ ଅଧିବେଶନ ଆରମ୍ଭ ହେଉଥିବାରୁ ଯେଉଁ ସାଂସଦ ମାନେ ସେଠାରେ ଥିବେ ସେମାନେ ଦିଲ୍ଲୀରେ ଭୋଟ ଦେବେ । ତଥାପି ଯେଉଁମାନେ ରହି ଯାଇଥିବେ ସେମାନଙ୍କୁ ବିଧାନସଭାରେ ଭୋଟ ଦେବା ପାଇଁ କୌଣସି ବାଧା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.