ETV Bharat / city

Ukraine-Russia Crisis: ଫସିଛନ୍ତି ଅନେକ ଓଡ଼ିଆ, ଫେରାଇ ଆଣିବାକୁ ଗୃହମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ - ଓଡ଼ିଆଙ୍କୁ ଫେରାଇ ଆଣିବାକୁ ନବୀନଙ୍କ ଅନୁରୋଧ

ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆଙ୍କୁ ସ୍ବଦେଶ ଫେରାଇ ଆଣିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ

Ukraine-Russia Crisis: ଫସିଛନ୍ତି ଅନେକ ଓଡ଼ିଆ, ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ

author img

By

Published : Feb 25, 2022, 12:19 PM IST

Updated : Feb 25, 2022, 12:49 PM IST

ଭୁବନେଶ୍ବର: ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି ଅନେକ ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀ । ତେବେ ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏହି ବାର୍ତ୍ତାଳାପରେ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବାସନା ଦେଇଥିବା ଜଣାପଡ଼ିଛି ।

ଋଷର ଆକ୍ରମଣରେ ଧରାଶାୟୀ ହୋଇଛି ୟୁକ୍ରେନ । ରାଷ୍ଟ୍ରର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏପଟେ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ଅନେକ ଓଡ଼ିଆ ୟୁକ୍ରେନରେ ଫସି ରହିଛନ୍ତି । ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1300ରୁ ଊର୍ଦ୍ଧ୍ବ ଓଡ଼ିଆ ୟୁକ୍ରେନରେ ଫସି ରହିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବାକୁ ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କଥା ହୋଇଛନ୍ତି ।

ଏହା ବି ପଢନ୍ତୁ: Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ବାଲେଶ୍ବରର ତିନି ଡାକ୍ତରୀ ଛାତ୍ର

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତୀୟଙ୍କ ସହିତ ଯୋଗାଯୋଗ କରାଯାଉଛି । ସେମାନଙ୍କୁ ଯଥାଶ୍ରୀଘ୍ର ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପରିବାରବର୍ଗଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ: Russia-Ukraine War: 137ଜଣଙ୍କୁ ହରାଇଲା ୟୁକ୍ରେନ, 300ରୁ ଊର୍ଦ୍ଧ୍ବ ଆହତ

ତେବେ ସୂଚନା ଥାଉ କି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ଯୁଦ୍ଧର ରୂପ ନେଇଛି । ଶକ୍ତିଶାଳୀ ଋଷର ଆକ୍ରମଣରେ ଶେଷରେ ଧ୍ବଂସ ହେବାକୁ ବସିଛି ୟୁକ୍ରେନ । ଏଭଳି ସମୟରେ ୟୁକ୍ରେନ ଅନ୍ୟ ମିତ୍ରରାଷ୍ଟ୍ର ଗୁଡ଼ିକର ସହାୟତା ଲୋଡ଼ିଛି । ସେପଟେ ଋଷ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ରୋକିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଛନ୍ତି । ଏହାସହ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାରିବା ଓ ସୁରକ୍ଷିତ ଫେରିବା ଉପରେ କହିଛନ୍ତି ମୋଦି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 25, 2022, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.