ETV Bharat / city

ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଦେଶର ନୂଆ ସିଏଜି ଭାବେ ନିଯୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ତେବେ ନବନିଯୁକ୍ତ ସିଏଜିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଦାୟିତ୍ବ ପାଇଁ ସେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଟ୍ବିଟର ଆକାଉଣ୍ଟରେ ଶୁଭେଚ୍ଛା ଜଣାଇଛନ୍ତି।

author img

By

Published : Aug 7, 2020, 11:38 AM IST

ଓଡିଆ ପୁଅ ଗିରିଶ ମୁର୍ମୁଙ୍କ ନୂଆ ଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଦେଶର ନୂଆ ସିଏଜି ଭାବେ ନିଯୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ସିଏଜି ପଦରେ ନିଯୁକ୍ତ କରାଯାଇଛି । ତେବେ ନବନିଯୁକ୍ତ ସିଏଜିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଦାୟିତ୍ବ ପାଇଁ ସେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଜର ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ‘ଅଭିନନ୍ଦନ, ଓଡ଼ିଶାରେ ଜନ୍ମିତ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ନୂତନ ଦାୟିତ୍ବ ପାଇଁ ତାଙ୍କୁ ଶୁଭେଚ୍ଛା ।’

  • Congratulate #Odisha born IAS officer Girish Chandra Murmu being appointed as Comptroller and Auditor General of India. Wish him best for his new responsibility.

    — Naveen Patnaik (@Naveen_Odisha) August 7, 2020 " class="align-text-top noRightClick twitterSection" data=" ">

ଗିରୀଶ ଚନ୍ଦ୍ର ମୁର୍ମୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ । 60 ବର୍ଷୀୟ ମୁର୍ମୁ 1985 ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ । ସେ 31 ଅକ୍ଟୋବର 2019ରେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଏଲଜି ଭାବେ ପଦଭାର ସମ୍ଭାଳିଥିଲେ । ମୁର୍ମୁ 9 ମାସ ଏହି ପଦରେ ନିଜ କାର୍ଯ୍ୟ ତୁଲାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.