ଭୁବନେଶ୍ବର:ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ବ୍ୟାପକ ପ୍ରସାରରେ ମାତୃଭାଷାର ବଳିଷ୍ଠ ଭୂମିକା ରହିଛି । ଆମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ଅତୁଳନୀୟ ଅବଦାନ ଥିବା ମହାପୁରୁଷମାନଙ୍କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସ୍ମରଣ କରି ଆସନ୍ତୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବା ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରତିବର୍ଷ 21 ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତବର୍ଷର ବିଷୟବସ୍ତୁ ରହିଛି “ଶିକ୍ଷା ଏବଂ ସମାଜରେ ଅନ୍ତର୍ଭୁକ୍ତ ପାଇଁ ବହୁଭାଷୀତା ପ୍ରତିପୋଷଣ" ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ