ETV Bharat / city

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଗତ କଲେ ଶୋକ ପ୍ରସ୍ତାବ

author img

By

Published : Nov 13, 2019, 1:07 PM IST

ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ମାତ୍ରେ ଗୃହର ନେତା ଗୃହରେ ଆଗତ କରିଛନ୍ତି ଶୋକ ପ୍ରସ୍ତାବ ।

ଡିଜାଇନ ଫଟୋ

ଭୁବନେଶ୍ବର : ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶେନ । ଅଧିବେଶନ ଆରମ୍ଭରୁ ତିନିଜଣ ପୂର୍ବତନ ବିଧାୟକ ଓ ଓଏସଏପି ବାଟାଲିୟନର ଜଣେ ସହିଦ ଯବନାଙ୍କ ଉଦ୍ଦେଶ୍ୟରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବିଧାୟକ ସାହୁରା ମଲ୍ଲିକ, ଉଦିତ ପ୍ରତାପ ଦେବ ଓ ବୃନ୍ଦାବନ ପାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାହୁରା ମଲ୍ଲିକ 1974, 1980 ଓ 1995ରେ ତିନିଥର ବାଲିଗୁଡା ବିଧାନସଭାର ନିର୍ବାଚିତ ହୋଇଥିଲେ । ସେହିଭଳି ଉଦିତ ପ୍ରତାପ ଦେବ 1974ରେ ଜୁନାଗଡ ଏବଂ ବୃନ୍ଦାବନ ପାତ୍ର କାକଟପୁର ବିଧାନସଭା କ୍ଷେତ୍ରରୁ 1974ରେ ନିର୍ବାଚିତ ହୋଇଥିଲେ । ଓଏସଏପି ଜବାନ ଜୟରାମ କବାସୀ ମାଓ ମୁକାବିଲାରେ ସହିଦ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ସ୍ବାଧିନ ବିଧାୟକ ମାନେ ସମର୍ଥନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.