ETV Bharat / city

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମିଶନାରୀ ସ୍କୁଲ ସହ ରଖ ଯୋଗାଯୋଗ

author img

By

Published : Dec 30, 2021, 9:32 PM IST

ମିଶନାରୀଙ୍କ ଦ୍ବାରା ପରିଚାଳିତ ଅନୁଷ୍ଠାନର ସୁବିଧା ଅସୁବିଧା ତଦାରଖ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମିଶନାରୀ ସ୍କୁଲ ସହ ରଖ ଯୋଗାଯୋଗ
ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମିଶନାରୀ ସ୍କୁଲ ସହ ରଖ ଯୋଗାଯୋଗ

ଭୁବନେଶ୍ବର: ରାଜ୍ୟରେ ମିଶନାରୀଙ୍କ ଦ୍ବାରା ପରିଚାଳିତ ଅନୁଷ୍ଠାନ ସହ ଯୋଗାଯୋଗ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯେକୌଣସି ପରିସ୍ଥିତିରେ ବି ଯେପରି କୌଣସି ବି ଅନୁଷ୍ଠାନ କ୍ଷତିଗ୍ରସ୍ତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାରେ ଚାଲୁଛି ବହୁ ଅନାଥାଶ୍ରମ ଓ କୁଷ୍ଠାଶ୍ରମ । ଯାହା ମିଶନାରୀଙ୍କ ଦ୍ବାରା ପରିଚାଳିତ ହେଉଛି । ତେଣୁ ଏହି ସବୁ ମିଶନାରୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ସୁନିଶ୍ଚିତ କରିବେ ଜିଲ୍ଲାପାଳ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ବିନିଯୋଗ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.