ETV Bharat / city

ବିଜୁ ଛାତ୍ର ଜନତା ଦଳକୁ ନବୀନଙ୍କ ମନ୍ତ୍ର, ସୋସିଆଲ ମିଡିଆକୁ ଜଗ - ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକରିଣୀ

ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି । ଓଡ଼ିଆ ଜାତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ କାମ କର । ଓଡ଼ିଆ ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଢ଼ବା ଓ ଜାଣିବା ଅବଶ୍ୟକ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

cm naveen pattnaik manta fo biju chatra janata
ବିଜୁ ଛାତ୍ର ଜନତା ଦଳକୁ ନବୀନଙ୍କ ମନ୍ତ୍ର : ସୋସିଆଲ ମିଡିଆକୁ ଜଗ
author img

By

Published : Dec 23, 2020, 5:37 PM IST

ଭୁବନେଶ୍ବର: ନିଜ ଭିତରେ ଥିବା ପ୍ରତିଭାର ବିକାଶ କରନ୍ତୁ । ନିଜ ପରିବାର ଓ ବାପା ମାଙ୍କ ପ୍ରତି ଦାୟିତ୍ବକୁ ଭୁଲନ୍ତୁ ନାହିଁ । ଏ ହେଉଛି ଆମ ସମାଜ । ଯେଉଁଠି ଆମେ ପଢିଛେ ଓ ବଢ଼ିଛି । ତାର ବିକାଶ ପାଇଁ କାମ କରନ୍ତୁ । ସମାଜର ବିକାଶ ପାଇଁ ଭିତରେ ଥିବା ପ୍ରତିଭାକୁ ନିୟୋଜିତ କର । ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଏହା କହିଛନ୍ତି ।

ବିଜୁ ଛାତ୍ର ଜନତା ଦଳକୁ ନବୀନଙ୍କ ମନ୍ତ୍ର : ସୋସିଆଲ ମିଡିଆକୁ ଜଗ

ନବୀନ କହିଛନ୍ତି ଯେ, ୟୁନିକ ଆଇଡେଣ୍ଟିଟିକୁ ଭଲ ଭାବେ ଜାଣନ୍ତୁ । ଭବିଷ୍ୟତରେ ଏହାର ପ୍ରଚାର ପ୍ରସାର କରନ୍ତୁ । ବର୍ତ୍ତମାନ ସୋସିଆଲ ମିଡ଼ିଆର ଯୁଗ ତେଣୁ ସୋସିଆଲ ମିଡ଼ିଆରେ ଆସୁଥିବା ମିସ୍ ଇନଫରମେସନକୁ ଦେଖନ୍ତୁ । ଏହା ସହ ତିନିଟି କଥାକୁ ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ନିଜ ପରିବାର ପ୍ରତି ଥିବା ଦାୟିତ୍ବକୁ ଓ ବାପା ମାଆଙ୍କୁ ଭୁଲନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କୁ ସାରଥୀ ବୋଲି ଅଭିହିତ କରିଛନ୍ତି । ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ ଦେଇଛନ୍ତି।

ଆଜି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକରିଣୀରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ ଦେଇ ଏଭଳି କହିଛନ୍ତି । ଏହ ସହ ଓଡ଼ିଆ ଜାତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ କାମ କର । ଓଡ଼ିଆ ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଢ଼ବା ଓ ଜାଣିବା ଅବଶ୍ୟକ ବୋଲି କହିଛନ୍ତି । ଏହା ସହ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ହେଉଛି ଖବର ପ୍ରସାରଣର ମୁଖ୍ୟ ସ୍ରୋତ। ଯେଉଁମାନେ ସରକାର ଓ ଦଳ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ତାକୁ ରୋକ। ତା ବିରୋଧରେ ସଂଗ୍ରାମ କର ବୋଲି ନବୀନ କହିଛନ୍ତି ।

ସରକାରଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ବ ବିଜୁ ଛାତ୍ର ଦଳର ବୋଲି କହିଛନ୍ତି । ଜାତିର ଭବିଷ୍ୟତ ଓ ଓଡ଼ିଆକୁ ଗର୍ବିତ କରିବାରେ ଭୂମିକା ନିଅ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରମାଦେବୀ, ମାଳତୀ ଦେବୀ, ପାର୍ବତୀ ଗିରି, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଭୀମଭୋଇଙ୍କ ନୀତି ଆଦର୍ଶ ବିଷୟରେ ଅବଗତ ହେବା ଆବଶ୍ୟକ । ସେମାନଙ୍କୁ ଜାଣିଲେ ଆମେ ଆଗମୀ ଦିନରେ ବଢି ପାରିବା । ବିଜୁ ଜନତା ଦଳ, ବିଜୁ ବାବୁ, ନବୀନ ଓ ଓଡିଶା ବିଷୟରେ ଛାତ୍ରମାନେ ଜାଣିଛନ୍ତି ନା ନାହିଁ ସେ ବିଷୟରେ ଏକ ପରୀକ୍ଷା ହୋଇଥିଲା । 25 ଟି ପ୍ରଶ୍ନ ସମ୍ବଳିତ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା । 10 ମିନିଟରେ ସେମାନେ ଉତ୍ତର ରଖିଥିଲେ । ସଠିକ ଉତ୍ତରଦାତାଙ୍କୁ ବିଜେଡି ପକ୍ଷରୁ ପୁରସ୍କୃତ କରିବା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.