ETV Bharat / city

ଦିବ୍ୟଶଙ୍କରଙ୍କ ସହ ଷ୍ଟେଜରେ ଏକାଠି ପରେ ନବୀନଙ୍କ କୁଶପୁତ୍ତଳିକା ପୋଡିଲେ ବିରୋଧୀ

author img

By

Published : Nov 10, 2021, 1:10 PM IST

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ ସେୟାର କରିବାକୁ ନେଇ ତାତିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ନବୀନ ନିବାସ ଘେରିବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ଦିବ୍ୟଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ସେୟାରକୁ ବିରୋଧ, କୁଶପୁତ୍ତଳିକା ଦାହ

ଭୁବନେଶ୍ବର: ରାଜନୈତିକ ଉଷ୍ମତା ବଢାଉଛି କଳାହାଣ୍ଡି ଜିଲ୍ଲା ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ପ୍ରତିଦିନ ମମିତାଙ୍କୁ ନ୍ୟାୟ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରତିଦିନ ଶାସକ ଦଳକୁ ଘେରୁଛନ୍ତି ବିରୋଧୀ ।

ଏପରିକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ଦିବ୍ୟଶଙ୍କରଙ୍କ ସହ ଷ୍ଟେଜ୍ ସେୟାର କରିବାକୁ ନେଇ ତାତିଛନ୍ତି ବିରୋଧୀ । ଜଣେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ ସେୟାର କରିବା ଲଜ୍ଜାଜନକ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଟାକ୍ଷ କରିଛି । ଏହାକୁ ପରିଷଦ ତୀବ୍ର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ହତ୍ୟାକାରୀଙ୍କୁ ଖୋଲା ସମର୍ଥନ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ଏହାକୁ ନେଇ ଏବିଭିପି ଆଗାମୀ ଦିନରେ ନବୀନ ନିବାସ ଘେରିବ ବୋଲି ଚେତାବନୀ ଦେଇଛି ।

ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାକୁ ଏକ ମାସ ପୂରି ସାରିଥିଲେ ମଧ୍ୟ ଦୋଷୀଙ୍କୁ ଦଣ୍ଡ ମିଳିନାହିଁ । କେବଳ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦୁ ସାହୁଙ୍କୁ ଗିପଫ କରି ଚୁପ୍ ବସିଛି ପୋଲିସ । ଅନ୍ୟପଟେ ଗୋବିନ୍ଦ ସାହୁଙ୍କୁ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସମ୍ପର୍କ ଥିବା ଏବଂ ସେ ବାରମ୍ବାର ସ୍କୁଲ୍ ପରିଦର୍ଶନ କରୁଥିବାରୁ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ବିରୋଧୀ । ତେଣୁ ତୁରନ୍ତୁ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଅଡି ବସିଥିବାବେଳେ ମନ୍ତ୍ରୀ କିନ୍ତୁ ବିରୋଧୀଙ୍କୁ ଅଭିଯୋଗର ପ୍ରମାଣ ମାଗିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.