ETV Bharat / city

ସଂଖ୍ୟାଲଘୁଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ! - ସିଏଏକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ। ଏନେଇ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ। ଅଧିକ ପଢନ୍ତୁ...

cm naveen pattnaik on caa protest, minority protest against caa, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସିଏଏକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ସିଏଏ ବିରୋଧରେ ସଂଖ୍ୟାଲଘୁଙ୍କ ବିକ୍ଷୋଭ
ସଂଖ୍ୟାଲଘୁଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ !
author img

By

Published : Dec 18, 2019, 12:03 AM IST

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ। ଏନେଇ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ। ଆନ୍ଦୋଳନରେ ସିଏଏକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 5 ହଜାରରୁ ଉର୍ଦ୍ଧ୍ବ ମୁସଲମାନ ସମ୍ପ୍ରଦାୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହାପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ଦେବାକୁ ଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଆଯାଇନଥିଲା। ଫଳରେ ଗୃହ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ପ୍ରତିନିଧି ଦଳ । ଏନେଇ କ୍ଷୋଭ ପ୍ରକାଶ କରି ରାଜ୍ୟ ଜମିୟତ ଉଲମାର ସାଧାରଣ ସମ୍ପାଦକ ସୟଦ ନକିବୁଲ ଅମିନ କହିଥିଲେ, ଅବଶୋଷର ବିଷୟ କି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ବି ଭେଟିବା ପାଇଁ ସୁଯୋଗ ଦିଆଗଲାନି।

ସଂଖ୍ୟାଲଘୁଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ !

ରାଜ୍ୟର ମୁଖ୍ୟ ହିସାବରେ ଲୋକଙ୍କ ଦୁଃଖ ଜଣାଇବା ପାଇଁ ଆସିଥିଲୁ । ଏହାସହ ଯେ ପର୍ଯ୍ୟନ୍ତ ନିଜେ ମୁଖ୍ୟମନ୍ତ୍ରୀ ନିଜେ ଆସି କିଛି କହି ନାହାନ୍ତି କି ସିଏଏ ଓ ଏନଆରସି ଲାଗୁ ନକରିବା ପାଇଁ ପ୍ରତିଶ୍ରୁତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସୟଦ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସଂଖ୍ୟା ଲଘୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପାଖେ ସମୟ ନାହିଁ

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶ ରେ ବିରୋଧ । ଆଜି ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଥିଲେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକ । । ମଙ୍ଗଳବାର ସିଏଏକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 5 ହଜାରରୁ ଉର୍ଦ୍ଧ୍ବ ମୁସଲମାନ ସମ୍ପ୍ରଦାୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । Body:ଏହା ପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମେମୋରେଣ୍ଡମ ଦେବାକୁ ଯାଇଥିବା ବେଳେ ,ସେଠାରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ଦିଆଯାଇନଥିଲା। ଫଳର ଗୃହ ସଚିବଙ୍କୁ ଭେଟିଥିଲେ ।ଏବଂ ମେମୋରେଣ୍ଡମ ଦେଇଥିଲେ ।

Conclusion:ଏନେଇ କହିଛନ୍ତି ଯେ ,ଅବଶୋଷ ର ବିଷୟ ଯେ ,ଆମେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ଛାହୁଁଥିଲୁ,କିନ୍ତୁ ଭେଟିବାପାଇଁ ସୁଯୋଗ ଦିଆଗଲାନି ,ରାଜ୍ୟର ମୁଖ୍ୟ ହିସାବରେ ଆମ ଦୁଖଃ ଜଣାଇବା ପାଇଁ ଆସିଥିଲୁ ।ଏହା ସହ ଯେ ପର୍ଯ୍ୟନ୍ତ ନିଜେ ମୁଖ୍ୟମନ୍ତ୍ରୀ ଆସି କହିନାହାନ୍ତି ,CAA ଓ NRC ଲାଗୁ ନକରିବା ପାଇଁ ପ୍ରତିଶ୍ରୁତି ଦେଇନାହାନ୍ତି ,ସେ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସୟଦ ନକିବୁଲ ଅମିନ, ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.