ETV Bharat / city

ଥାନା ଅଧିକାରୀଙ୍କୁ ପରାମର୍ଶ: ଭଲ କାମ କର, ମିଳିବ ପଦୋନ୍ନତି - cm discuss with iic

‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ 653 ଜଣ ଆଇଆଇସିଙ୍କୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Sep 14, 2019, 1:51 PM IST

Updated : Sep 14, 2019, 3:30 PM IST

ଭୁବନେଶ୍ବର: ବିଧାୟକଙ୍କ ପରେ ପୋଲିସ ବାବୁଙ୍କ କ୍ଲାସ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଥାନା ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କୁ ଥାନାରେ କିଭଳି ବ୍ୟବହାର କରାଯାଉଛି ତାହା ପଚାରି ବୁଝିଛନ୍ତି।

cm
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲୋକଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉଛି କି ନାହିଁ? ଥାନାକୁ ଆସୁଥିବା ଅଭିଯୋଗକୁ ନେଇ ପୋଲିସ ତତ୍ପରତା ଦେଖାଉଛି କି ନାହିଁ? ଟେକ୍ନୋଲୋଜିର କିଭଳି ବ୍ୟବହାର ହେଉଛି? ଏଭଳି ବିଭିନ୍ନ ପ୍ରସଙ୍ଗରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆସନ୍ତା ଗାନ୍ଧୀ ଜୟନ୍ତୀରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବାକୁ ଯାଉଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଭଲ ପ୍ରଦର୍ଶନ କଲେ ସମୟ ହେବା ପୂର୍ବରୁ ପ୍ରମୋଶନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

cm
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
cm
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ 653 ଆଇଆଇସିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 14, 2019, 3:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.