ETV Bharat / city

ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ନବୀନଙ୍କ ଶୁଭେଛା

author img

By

Published : Nov 10, 2020, 9:19 PM IST

ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଛା ଜଣାଇଛନ୍ତି। ଟ୍ବିଟ ଯୋଗେ ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢ଼ନ୍ତୁ...

ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ନବୀନଙ୍କ ଶୁଭେଛା
ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ନବୀନଙ୍କ ଶୁଭେଛା

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ଦଳ ବିଜେଡି ବିପୁଳ ବିଜୟ ହାସଲ କରିଛି। ଏହାକୁ ନେଇ ଉଭୟ ବଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ସ୍ବରୂପ କୁମାର ଦାସ ବିଜୟ ଲାଭ କରିଥିବା ବେଳ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି।

ବଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିଛନ୍ତି ଯେ, "ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡି ପ୍ରାର୍ଥୀଙ୍କୁ ଅଶେଷ ଶୁଭେଚ୍ଛା। ଏହି ବିଜୟ ରାଜ୍ୟବାସୀଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ମୁଁ ସାଧୁବାଦ ଜଣାଉଛି।"

ନଭେମ୍ବର 3 ତାରିଖରେ ଏହି ନିର୍ବାଚନ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଏହି ଉପନିର୍ବାଚନ ହୋଇଥିଲା। ବାଲେଶ୍ବର ସଦର ପାଇଁ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ, ବିଜେପି ପକ୍ଷରୁ ମାନସ ଦତ୍ତ ଓ ବିଜେଡି ପକ୍ଷରୁ ସ୍ବରୁପ ଦାସଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ହୋଇଥିଲା। ତେବେ ବାଲେଶ୍ବର ସଦର ଆସନ ପୂର୍ବରୁ ବିଜେପି ଗଡ଼ ଭାବେ ପରିଚିତ ରହିଥିଲା। ସେହିଭଳି ତିର୍ତ୍ତୋଲରେ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାସ, କଂଗ୍ରେସ ପକ୍ଷରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ବିଜେପି ପକ୍ଷରୁ ରାଜ କିଶୋର ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରୁ ଏକ ତରଫା ଭାବେ ବିଜୟ ଲାଭ କରିଛି ବିଜେଡି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.