ETV Bharat / city

'ରାଜ୍ୟରେ କୋଭିଡ ଗାଇଡଲାଇନ କଡାକଡି ପାଳନ କର'

author img

By

Published : Mar 23, 2021, 4:12 PM IST

Updated : Mar 23, 2021, 7:56 PM IST

ରାଜ୍ୟରେ ପୁଣି କାୟା ବିସ୍ତାର କରୁଥିବା କୋରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସରକାରୀ କର୍ମଚାରୀଙ୍କ ସହ ମୁv ଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ । ଅଧିକ ପଢନ୍ତୁ....

ଅପରାହ୍ନ 5ରେ ବସିବ କୋରୋନା ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟର କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନା ସଚେତନତା ଉପରେ ଗୁରୁତ୍ୱ ଦେବାକୁ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ କୋଭିଡ ଗାଇଡ଼ଲାଇନ ରାଜ୍ୟବ୍ୟାପୀ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିଜ ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି କରିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଠାରେ ସର୍ଭିଲାନ୍ସରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ଦିନ ରାଜ୍ୟର କୋରୋନା ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ୍ତ ଜେନା, ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର, ପୋଲିସ ଡିଜି ଅଭୟ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, 5 ମହାନଗର ନିଗମର ଅଧ୍ୟକ୍ଷ, ସମସ୍ତ ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 23, 2021, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.