ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ହୀରାକୁଦ ନଦୀବନ୍ଧ ନିର୍ମାଣରେ ବିସ୍ଥାପିତଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ବିସ୍ଥାପିତ ୨ ହଜାର ପରିବାରକୁ ଘରଡିହ ଦିଆଯିବ । ଅଧିକ ପଢ଼ନ୍ତୁ

ଦୂର ହେବ ଦୁଃଖ, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

author img

By

Published : Nov 15, 2021, 4:36 PM IST

Updated : Nov 15, 2021, 10:05 PM IST

ଝାରସୁଗୁଡ଼ା: ହୀରାକୁଦ ନଦୀବନ୍ଧ ନିର୍ମାଣରେ ବିସ୍ଥାପିତଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ବିସ୍ଥାପିତ ୨ ହଜାର ପରିବାରକୁ ଘରଡିହ ଦିଆଯିବ । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଝାରସୁଗୁଡ଼ରେ ଆଜି (ସୋମବାର) ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ଜିଲ୍ଲାରେ ପ୍ରାୟ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିବା ସହ ଉଦ୍‌ଘାଟନ କରିଛନ୍ତି ।

ଦୂର ହେବ ଦୁଃଖ, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଏହି କ୍ରମରେ ସେ ହୀରାକୁଦ ନଦୀବନ୍ଧ ନିର୍ମାଣ ବେଳେ ଝାରସୁଗୁଡ଼ାରେ ବିସ୍ଥାପିତ ହୋଇଥିବା ପରିବାକୁ ଘରଡିହ ପ୍ରଦାନ କରାଯିବ ବୋଲି କହିଛନ୍ତି । ଦୀର୍ଘଦିନ ଧରି ଏହି ପରିବାର ଘରଡିହ ପାଇଁ ସଂଗ୍ରାମ କରି ଆସୁଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଏହି ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।

୬୦ ବର୍ଷ ହେଲା ଏହି ଦାବି ପୂରଣ କରିବାକୁ ଗୁହାରି କରି ଆସୁଥିଲେ ବିସ୍ଥାପିତ । ତେବେ ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ଝାରସୁଗୁଡ଼ାରେ ମୋଟ ୭୩ ହଜାର ୯୨୩ ହେକ୍ଟର ଅଧିଗ୍ରହଣ ହୋଇଥିଲା । ସେଥିମଧ୍ୟରେ କେବେଳ ଚାଷ ଜମି ୪୯ ହଜାର ୯୨୦ ହେକ୍ଟର ସାମିଲ ଥିଲା । ତାସହ ୨୪ ହଜାର ୩ ହେକ୍ଟର ସରକାରୀ ଜମି ରହିଥିଲା ।

ଏହି ଜମି ଅଧିଗ୍ରହଣ ଯୋଗୁଁ ୧୧୧ଟି ଗାଁ ଏବହେ ହୀରାକୁଦ ଆଁ ଭିତରେ ରହିଛି । ସେଥି ମଧ୍ୟରେ ଓଡିଶାର ୧୦୮ ଗାଁ ସାମିଲ ଥିଲା । ତା ଛଡ଼ା ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ୧୭୪ଟି ଗାଁ ଆଶିଂକ ଭାବରେ ପ୍ରଭାବିତ ହୋଇଥିଲା । ସେଥିମଧ୍ୟରେ ୧୪୧ଟି ଓଡ଼ିଶା ଗାଁ ସାମିଲ ଥିବା ବେଳେ ଛତିଶଗଡ଼ର ୩୩ଟି ଗାଁ ସାମିଲ ରହିଥିଲା ।

୧୯୫୨-୫୩ରେ ଏହି ଡ୍ୟାମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁରର ୧୮ ହଜାର ପରିବାର ନିଜ ଭିଟାମାଟି ଛାଡି଼ବାକୁ ବାଧ୍ୟ ହୋଇଥିଲେ । ତେବେ ଆଜି କେବଳ ଝାରସୁଗୁଡ଼ା ବିସ୍ଥାପିତଙ୍କ ପାଇଁ ଘରଡିହ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାକି ଜିଲ୍ଲାରେ ଏବେବି ବିସ୍ଥାପିତ କ୍ଷତି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 15, 2021, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.