ETV Bharat / city

‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ପରୀକ୍ଷା ଦର୍ପଣ ପୁସ୍ତକ ଉନ୍ମୋଚନ ନେଇ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବହୁତ ଦିନ ପରେ ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କ ମନରେ ଖୁସି । ଅଧିକ ପଢନ୍ତୁ...

‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଖୁସି ବ୍ୟକ୍ତି କଲେ ମୁଖ୍ୟମନ୍ତ୍ରୀ

author img

By

Published : Jan 27, 2021, 2:20 PM IST

Updated : Jan 27, 2021, 2:27 PM IST

ଭୁବନେଶ୍ବର: ପରୀକ୍ଷା ଦର୍ପଣ ପୁସ୍ତକ ଉନ୍ମୋଚନ ନେଇ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବହୁତ ଦିନ ପରେ ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କ ମନରେ ଖୁସି । ଚଳିତ 2020- 21 ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ହିଁ ସ୍କୁଲ ବନ୍ଦ କରି ଦିଆଯାଇଥିଲା । ଆମକୁ ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ପିଲାଙ୍କର ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସେତେବେଳେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଖୁସି ବ୍ୟକ୍ତି କଲେ ମୁଖ୍ୟମନ୍ତ୍ରୀ
‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ, ଖୁସି ବ୍ୟକ୍ତି କଲେ ମୁଖ୍ୟମନ୍ତ୍ରୀ

କୋରୋନା ମହାମାରୀ ଆମ ଶିକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ବର୍ତ୍ତମାନ ରାଜ୍ୟରେ କୋରୋନାର ପ୍ରଭାବ ହ୍ରାସ ପାଉଛି । ତେଣୁ ରାଜ୍ୟର ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାଙ୍କୁ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲାଯାଇଛି । କୋଭିଡ଼ ନିୟମ ମାନି ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖୁସିର କଥା । କାରଣ ଶ୍ରେଣୀ ଗୃହ ଶିକ୍ଷାର ବିକଳ୍ପ ନାହିଁ ବୋଲି ନବୀନ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଚଳିତ ଶିକ୍ଷାବର୍ଷରେ ଆମର ଛାତ୍ରଛାତ୍ରୀମାନଙ୍କର ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ସହକ ନୁହେଁ । ତଥାପି ଛାତ୍ରଛାତ୍ରୀମାନେ ଯେଭଳି ବୋର୍ଡ ପରୀକ୍ଷାକୁ ଦୃଢ଼ ଆତ୍ମବିଶ୍ବାସ ସହିତ ଦେଇପାରିବେ, ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଏକ ଅଂଶସ୍ବରୂପ ପାଠ୍ୟକ୍ରମର ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପ୍ରକାଶିତ ହେଉଛି ।

ଆହୁରୀ ମଧ୍ୟ କହିଛନ୍ତି, ଏହି ଉଦ୍ୟମ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ ପାଇଁ ମୁଁ ସାଧୁବାଦ ଜଣାଉଛି ଏବଂ ଆଶା କରୁଛି ଯେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପ୍ରସ୍ତୁତି ଜନିତ ସମସ୍ୟାକୁ ଲାଘବ କରିବାରେ ଏହି ପୁସ୍ତିକା ସଫଳ ହେବ । 2021 ମାଧ୍ୟମିକ ଶିକ୍ଷାବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ସବୁ ଛାତ୍ରଛାତ୍ରୀଙ୍କୁ ମୋର ଶୁଭକାମନା ଜଣାଉଛି ଏବଂ ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 27, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.