ଭୁବନେଶ୍ବର: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାରିୟର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ବ୍ୟବସ୍ଥା କରିବା ଲାଗି ଚିଠି । ୟୁକ୍ରେନରେ ଯୁଦ୍ଧ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପାଠପଢ଼ାର ସମସ୍ତ ବ୍ୟବସ୍ଥା କରିବା ପାଇଁ ଚିଠି ଲେଖି ଅନୁରୋଧ କଲେ ନବୀନ ।
ତେବେ ଦେଶରେ ଥିବା ମେଡ଼ିକାଲ କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ାର ବ୍ୟବସ୍ଥା କରାଯାଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ ମେଡ଼ିକାଲ କମିଶନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ନବୀନଙ୍କ ଅନୁରୋଧ । ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ