ETV Bharat / city

ମାଓ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉ ରାଷ୍ଟ୍ରୀୟ ଅନୁଷ୍ଠାନ, ମାଗଣାରେ ଜମି ଦେବ ଓଡିଶା

ମାଓ ପ୍ରଭାବିତ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ନେଇ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ଦେଲେ ୫ ପ୍ରସ୍ତାବ । ଅଧିକ ପଢନ୍ତୁ...

author img

By

Published : Sep 26, 2021, 3:10 PM IST

ମାଓ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉ ରାଷ୍ଟ୍ରୀୟ ଅନୁଷ୍ଠାନ, ମାଗଣାରେ ଜମି ଦେବ ଓଡିଶା
ମାଓ ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉ ରାଷ୍ଟ୍ରୀୟ ଅନୁଷ୍ଠାନ, ମାଗଣାରେ ଜମି ଦେବ ଓଡିଶା

ଭୁବନେଶ୍ବର: ମାଓ ପ୍ରଭାବିତ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ନେଇ ଆଜି(ରବିବାର) ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ 10 ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ 5ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଯାହା କାର୍ଯ୍ୟକ୍ଷମ ହେଲେ ଦେଶରେ ମାଓ ପ୍ରଭାବିତ ଅଞ୍ଚଳ କମିବା ସହ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ।

ନବୀନଙ୍କ ପ୍ରସ୍ତାବରେ ରହିଛି, ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର 326କୁ ୪ ଲେନ୍ ବିଶିଷ୍ଟ କରାଯାଉ । ଏହାଦ୍ବାରା ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ଯାଏଁ ସମାନ୍ତରାଳ ସଡ଼କ ପଥ ହୋଇପାରିବ । ଏହାଦ୍ବାରା ସମୟ ବଞ୍ଚିବା ସହ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ଅଧିକ ହୋଇପାରିବ । ମାଓ ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଜିଲ୍ଲାଗୁଡ଼ିକ ବର୍ତ୍ତମାନ ରେଳବାଇ ନେଟୱର୍କରେ ଆସୁନାହାନ୍ତି । ରେଳ ବିଭାଗ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ଲାଗି କାର୍ଯ୍ୟ କରୁଛନ୍ତି । ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା 153 କିଲୋମିଟର ଦୀର୍ଘ ମାଲକାନଗିରରୁ ଭଦ୍ରାଚଳମ ଓ 118 କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ଗୁରୁତ୍ବପୂର୍ଣ୍ଣ ରୁଟ୍ । ଏହି ପଥର ବିକାଶ ହେଲେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଓଡ଼ିଶାରେ ମୋବାଇଲ ସଂଯୋଗକୁ ପରିବ୍ୟାପ୍ତ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ନବୀନ । ରାଜ୍ୟର 6 ହଜାର 278 ଗାଁରେ ବର୍ତ୍ତମାନ ମୋବାଇଲ ସୁବିଧା ଉପଲବ୍ଧ ହୋଇନାହିଁ । ରାଜ୍ୟ ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ 48ଟି ମୋବାଇଲ ଟାୱାର ମଞ୍ଜୁର କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଲାଗି ୨୦୦୦ରୁ ଅଧିକ ମୋବାଇଲ ବେସ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସୁବିଧା ପ୍ରତିଷ୍ଠାର ଆବଶ୍ୟକତା ରହିଛି । ବ୍ୟାଙ୍କ ସୁବିଧା ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଟ୍, IIT ଓ JEE ଆଦି ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.