ETV Bharat / city

Naveen Visit To Delhi: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ, ବଢ଼ିଲା ରାଜନୈତିକ ଉଷ୍ମତା

author img

By

Published : Mar 28, 2022, 2:22 PM IST

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ । ଏହାକୁ ନେଇ ରାଜନୈତିକ ଉଷ୍ମତା ବଢିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Naveen Visit to Delhi: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ, ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ବର: 3 ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି(ସୋମବାର)ଠୁ 3 ଦିନ ଦିଲ୍ଲୀରେ ରହିବେ ନବୀନ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି । ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବିସି ସ୍ପୋର୍ଟସ ୱିମେନ୍ ଅଫ୍ ଦ ଇୟର ଆଓ୍ବାର୍ଡରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଉଷୁନା ଚାଉଳ ଉଠାଣ, କୋଇଲା ରୟାଲଟି ବୃଦ୍ଧି ଓ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି ।

ତେବେ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । ଆସନ୍ତା ଜୁନ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାକାଳ ଶେଷ ହେବାକୁ ଯାଉଛି । ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ଏହା ସହ ଫାଙ୍କା ପଡୁଥିବା ରାଜ୍ୟସଭା ନିର୍ବାଚନ ମଧ୍ୟ ହେବ । ଏହାକୁ ନଜରରେ ରଖିଲେ ନବୀନ ଦିଲ୍ଲୀ ଗସ୍ତର ମହତ୍ତ୍ଵ ବଢିଯାଇଛି । ବିଭିନ୍ନ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ତେଣୁ ଏ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

ଅନ୍ୟପଟେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପୂର୍ବରୁ କୋଇଲା ରୟାଲଟି ସଂଶୋଧନ, ଗ୍ରୀନ ସେସ୍‌ର ପ୍ରାପ୍ୟ ରାଜ୍ୟକୁ ପ୍ରଦାନ କରିବାକୁ କେନ୍ଦ୍ରକୁ ସୁପାରିସ କରିଛି ରାଜ୍ୟ । କୋଇଲା ରୟାଲିଟି 20 ପ୍ରତିଶତ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

ତେବେ ଗତ 7 ବର୍ଷ ଧରି ଏ ନେଇ ଦାବି ହେଉଛି । କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନି କେନ୍ଦ୍ର । ଫଳରେ 12 ହଜାର କୋଟି ଟଙ୍କାର ରାଜସ୍ବ ହରାଇଲାଣି ରାଜ୍ୟ । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ 14 ପ୍ରତିଶତରୁ 20 ପ୍ରତିଶତକୁ ରୟାଲଟି ବୃଦ୍ଧି କରିବା ପାଇଁ ରାଜ୍ୟ ଦାବି କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.