ETV Bharat / city

5T School Transformation Programme: ଆଜି ଲୋକାର୍ପଣ ହେବ 490 ସ୍କୁଲ

author img

By

Published : Jun 6, 2022, 6:52 AM IST

୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ସୋମବାର) 5ଟି ଜିଲ୍ଲାରେ 490ଟି ହାଇସ୍କୁଲ ରୂପାନ୍ତରିତ ହେବ । ଅଧିକ ପଢନ୍ତୁ

5T School Transformation Programme
5T School Transformation Programme

ଭୁବନେଶ୍ବର: ପ୍ରତି ପିଲା ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ସୋମବାର) 5ଟି ଜିଲ୍ଲାରେ 490ଟି ହାଇସ୍କୁଲ ରୂପାନ୍ତରିତ ହେବ । ଭିସି ଜରିଆରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍କୁଲରେ ତିଆରି ହୁଅନ୍ତି ଦେଶର ଭବିଷ୍ୟତ । ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର 95ଟି ହାଇସ୍କୁଲ, କଟକ 135 ସ୍କୁଲ, କଳାହାଣ୍ଡିର 100 ସ୍କୁଲ, ଝାଟସୁଗୁଡାର 70 ସ୍କୁଲ ଓ ବରଗଡର 90ଟି ସ୍କୁଲ ରହିଛି ।

ଏହା ବି ପଢନ୍ତୁ...5T School Transformation Programme: ଆଜି ଲୋକାର୍ପଣ ହେବ ୫୩୧ ସ୍କୁଲ

ପ୍ରକାଶ ଥାଉ କି, ଏହା ପୂର୍ବରୁ ଜୁନ 3 ତାରିଖରେ ୫ ଜିଲ୍ଲାର ୫୩୧ଟି ସ୍ମାର୍ଟସ୍କୁଲକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୋଳ ଜିଲ୍ଲାରେ ୫୩୧ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.