ETV Bharat / city

‘ଆଗ ସମସ୍ୟା ସମାଧାନ କର, ପରେ ଫୋନ କରିବ’ - କଂଗ୍ରେସ ନେତା ଶରତ ରାଉତ

ଫୋନ କରିବି ସବୁ ସମସ୍ୟା ବୁଝିବି । ସମସ୍ତେ ପାଇବେ ସରକାରଙ୍କ ଯୋଜନାର ସଫଳତା । ରାଜ୍ୟରେ ଚାଲିବ ‘ମୋ ସରକାର’ । ଏପଟେ ନବୀନଙ୍କ ଏହି ପ୍ରତିଶ୍ରୁତିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଫାଇଲ ଫଟୋ
author img

By

Published : Aug 15, 2019, 8:11 PM IST

ଭୁବନେଶ୍ବର: ପ୍ରିୟ ରାଜ୍ୟବାସୀ... ଆସନ୍ତା ଅକ୍ଟୋବର 2ରୁ ରାଜ୍ୟରେ ‘ମୋ ସରକାର’ କାମ କରିବ । ଆପଣ ମାନଙ୍କ ସୁଖ ଦୁଃଖରେ ମୁଁ ନିଜେ ସାମିଲ ହେବି । ଆପଣ ଡାକ୍ତରଖାନାକୁ ଗଲେ ଠିକରେ ଚିକିତ୍ସା ପାଉଛନ୍ତିକି ନାହିଁ , ଥାନାରେ ଆପଣଙ୍କୁ ପୋଲିସ ସାହାଯ୍ୟ କରୁଛି କି ନାହିଁ ତାହା ନିଜେ ମୁଁ ଫୋନ କରି ଆପଣଙ୍କଠାରୁ ବୁଝିବି । ଖାଲି ଏତିକି ନୁହେଁ ବିଜୁଳି ସମସ୍ୟା ନେଇ ଅଭିଯୋଗ କଲେ 48 ଘଣ୍ଟା (ଦୁଇଦିନ) ମଧ୍ୟରେ ବିଜୁଳି ପହଞ୍ଚାଇ ଦେବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

73ତମ ସ୍ବାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥିଲା ଅଭିଭାଷଣ । ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ନେଇ ବିରୋଧୀ ପୂରା ଗରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚଣ୍ଡ ଶବ୍ଦରେ ଆକ୍ରମଣ କରିଛି ବିଜେପି ।

ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 19ବର୍ଷ ହେଲା ଶାସନ ଗାଦିରେ ଅଛନ୍ତି । ତେବେ 2008ରୁ ମୁଖ୍ୟମନ୍ତ୍ରୀ ନିଜ ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାଁନ୍ତି । ଯେଁଉ ଅଭିଯୋଗ ପ୍ରକଷ୍ଠକୁ ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଲୋକ ନିଜ ଅଭିଯୋଗ ନେଇ ଆସୁଛନ୍ତି । କିନ୍ତୁ ସେଠି 11 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିନାହିଁ । ଆଉ ଏବେ କାହାକୁ କଣ କହି ଫୋନ କରିବେ । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି , ସ୍କୁଲରେ ଶିକ୍ଷକ ନାହାଁନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । କେଉଁଥି ପାଇଁ ଫୋନ କରିବେ ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

କଂଗ୍ରେସ ନେତା ଶରତ ରାଉତ ମଧ୍ୟ ତେରେଛା ବାଣ ମାରିଛନ୍ତି ନବୀନଙ୍କୁ । କଟାକ୍ଷ କରି କହିଛନ୍ତି ଖୁସିର କଥା 19 ବର୍ଷ ପରେ ନବୀନ ନିଜେ ଫୋନ କରିବାକୁ ସାହାସ କରିଛନ୍ତି । ଏହା କେବଳ ଘୋଷଣା ମାତ୍ର, ଫୋନ କଲେ ଲୋକଙ୍କର କୌଣସି ସମସ୍ୟା ସମାଧାନ ହେବାର ନାହିଁ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ନବୀନ ଯାହା କୁହନ୍ତି ତାହା କରନ୍ତି , ବିରୋଧୀଙ୍କ କାମ ସବୁ କଥାରେ ବିରୋଧ କରିବ। ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଧୀନତା ଦିବସ ଭାଷଣକୁ ନେଇ ବିରୋଧୀ ଚିହ୍ନିକି ଉଠିଛନ୍ତି। ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ ଫୋନ ଯୋଗେ କଥା ହେବାକୁ କହିଛନ୍ତି, ତାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। ନିଜ ଅଭିଯୋଗ ପ୍ରକୋଷ୍ଠ କଥା ବୁଝିପାରୁ ନଥିବା ନବୀନ ଲୋକଙ୍କ ସହ କଥା ହେବେ କଣ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଲୋକେ ଚିକିତ୍ସା ନ ପାଇ ହନ୍ତସନ୍ତ ହେଉଛନ୍ତି। ଅନେକ ଜୀବନ ଯାଉଛି। ସେଠାରେ କଣ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

Body:ଅନ୍ୟପକ୍ଷରେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ଯାହା ହେଉ ଏତେ ଦିନ ପରେ ସିଧାସଳଖ ଲୋକଙ୍କ ସହ କଥା ହେବାକୁ ସାହସ ଜୁଟାଇଛନ୍ତି ସେଥିପାଇଁ ଆମେ ସ୍ୱାଗତ କରିବୁ। ପୂର୍ବରୁ ସଚିବଙ୍କ ଦ୍ୱାରା ସେ ପରିଚାଳିତ ହେଉଥିଲେ।
ବିଜେଡି ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକ କହିଛନ୍ତି, ବିରୋଧୀଙ୍କୁ ସବୁ ମିଛ ଲାଗେ। ମୁଖ୍ୟମନ୍ତ୍ରୀ କେବେ ମିଛ କହନ୍ତି ନାହିଁ। ତେଣୁ ଯାହା ଯେତେବେଳେ କହିଛନ୍ତି ତାକୁ କାର୍ଯ୍ୟକାରୀ କରିଛନ୍ତି।
ବାଇଟ- ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ- ଶରତ ରାଉତ, କଂଗ୍ରେସ ବିଧାୟକ
ବାଇଟ- ପ୍ରମିଳା ମାଲିକ, ସରକାରୀ ଦଳ ମୁଖ୍ୟ ସଚେତକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.