ETV Bharat / city

BMCକୁ 10 କୋଟିର ସ୍ବତନ୍ତ୍ର ପ୍ୟାକେଜ, 2 ମାସ ପାଇଁ ମିଳିବ ଅତିରିକ୍ତ 5 କେଜି ଚାଉଳ

author img

By

Published : Apr 30, 2021, 7:47 PM IST

Updated : Apr 30, 2021, 8:51 PM IST

CM Naveen Patnaik sanctions Rs 10 crore to Bhubaneswar
ରାଜଧାନୀରେ କୋରୋନା ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

19:40 April 30

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜଧାନୀରେ କୋରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଘୋଷଣା କଲେ ସ୍ବତନ୍ତ୍ର ପ୍ୟାକେଜ ।  କୋଭିଡ ପରିଚାଳନା ପାଇଁ ବିଏମସିକୁ 10 କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସେହିପରି ମେ ଓ ଜୁନ ଦୁଇ ମାସ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମିଳିବ ।

କୋଭିଡ଼ର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଅତିରିକ୍ତ 5 କେଜି ଚାଉଳ । ମଇ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ । ଏହା ଦ୍ବାରା 12 ଲକ୍ଷ ହିତାଧିକାରୀ ସହାୟତା ପାଇବେ । ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । 

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Apr 30, 2021, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.