ETV Bharat / city

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

author img

By

Published : Sep 6, 2022, 2:23 PM IST

Updated : Sep 6, 2022, 2:46 PM IST

ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧ୍ବନା । ଅଧିକ ପଢ଼ନ୍ତୁ

cm naveen patnaik returned to odisha
ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହୋଇ ଦିଲ୍ଲୀରୁ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik returned to Odisha) । ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ନିର୍ବଚନା ମଣ୍ଡଳରୁ ହଜାର ହଜାର କର୍ମୀ ସ୍ବାଗତ ସମ୍ବର୍ଦ୍ଧ୍ବନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦଳୀୟ ନେତାମାନେ ସ୍ବାଗତ କରିବାକୁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ପାରମ୍ପରିକ ନୃତ୍ୟ,ଗୀତ ଓ ବାଦ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପାଛେଟି ଆଣିଥିଲେ ।

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ନେଇ ସଭିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରୁ ନବୀନ ନିବାସ ଯାଏ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଥିପାଇଁ ରାଜଧାନୀରେ 40 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ସୂଚନା ଯୋଗ୍ୟ, ସେପ୍ଟେମ୍ବର 4 ତାରିଖରେ ସ୍ବେଚ୍ଛାସେବୀ ସଂଗଠନ " କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ "ଜୀବନବ୍ୟାପୀ ସାଧନା ପୁରସ୍କାର" (Lifetime Achievement Award) ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ଏହି ସମ୍ମାନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀରୁ ଫେରିବେ ନବୀନ, ସ୍ୱାଗତ ସମ୍ବର୍ଦ୍ଧନା ନେଇ ଲେନିନ୍‌ଙ୍କ ସୂଚନା

ଦୃଢ ନେତୃତ୍ବ ଓ ଉଲ୍ଲେଖନୀୟ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ନବୀନ (CM Naveen Patnaik) । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ 31 ତାରିଖରେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଆଜି ଓଡ଼ିଶା ମାଟିକୁ ଫେରିଥିବା ବେଳେ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି ।

Last Updated : Sep 6, 2022, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.