ETV Bharat / city

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

author img

By

Published : Dec 17, 2020, 1:36 PM IST

Updated : Dec 17, 2020, 2:16 PM IST

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

13:32 December 17

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ କେନ୍ଦ୍ରକୁ ସୁପାରିଶ କଲେ ନବୀନ

ଭୁବନେଶ୍ବର: ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ମୁଖ୍ଯମନ୍ତୀ ନବୀନ ପଟ୍ଟନାୟକ । ସୂଚନାନୁସାରେ, ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ୨୦ କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ।

ଭିଜିଲାନ୍ସ ସ୍ବତନ୍ତ୍ର ଟିମ ଚଢାଉ କରି ଏହି ଜଙ୍ଗଲ ଅଧିକାରୀଙ୍କ ଅଚଳାଚଳ ସମ୍ପତ୍ତିର ଗୁମର ଖୋଲିଥିଲା । ସେମାନେ ଦେଶର ବିଭିନ୍ନ ରାଜ୍ୟରେ ନିଜର ଘର କଠାବାଡି ରହିଥିବା ବେଳେ ବିଦେଶରେ ମଧ୍ୟ ତାଙ୍କର ସମ୍ପତ୍ତି ରହିଛି । ଏହା ସହ ସେମାନେ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ସହ ଚାର୍ଟାଡ ପ୍ଲେନ ମଧ୍ୟ ବ୍ୟବହାର କରୁଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 17, 2020, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.