ETV Bharat / city

୪ ଜିଲ୍ଲାର ମିଶନ ଶକ୍ତି ମାଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ - ମିଶନ ଶକ୍ତି ମାଆଙ୍କୁ ନବୀନଙ୍କ ପ୍ରଶଂସା

୪ ଜିଲ୍ଲାର ମିଶନ ଶକ୍ତି ମା'ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

୪ ଜିଲ୍ଲାର ମିଶନ ଶକ୍ତି ମାଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 7, 2022, 10:07 PM IST

ଭୁବନେଶ୍ବର: ୪ ଜିଲ୍ଲାର ମିଶନ ଶକ୍ତି ମା'ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମାଆମାନେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମାଆମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା @mission_shakti ମା’ମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ବୁଝିଲି। ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏହାର ବଣ୍ଟନରେ ମା’ମାନେ ବହୁତ ବଢିଆ କାର୍ଯ୍ୟ କରିଥିବା ଜାଣି ଖୁସି ହେଲି। ଏପରି ମହତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଉଛି। #MissionShakti pic.twitter.com/DB7x1nuvFP

    — Naveen Patnaik (@Naveen_Odisha) September 7, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି, "ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ମିଶନ ଶକ୍ତିର ମାଆମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ବୁଝିଛି । ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏହାର ବଣ୍ଟନରେ ମାଆମାନେ ବହୁତ ବଢିଆ କାର୍ଯ୍ୟ କରିଥିବା ଜାଣି ଖୁସି ଲାଗିଲା । ଏପରି ମହତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଉଛି ।"

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମାଆମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମାଆଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.