ETV Bharat / city

ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା 2.0 ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 27, 2022, 7:58 AM IST

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା 2.0ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 60 ଦିନରେ 30 ଜିଲ୍ଲାର 100 ଶିକ୍ଷାନୁଷ୍ଠାନକୁ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା କରିବ । ଅଧିକ ପଢନ୍ତୁ

ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା 2.0 ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା 2.0 ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା 2.0ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ ପ୍ରୟାସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଷ୍ଟାର୍ଟଅପ 2.0 ଯାତ୍ରା କାର୍ଯ୍ୟକ୍ରମ ରାଜ୍ୟ 30 ଜିଲ୍ଲାର 100ଟି ଶିକ୍ଷାନୁଷ୍ଠାନରେ ପହଞ୍ଚିବ । ଏହି ଯାତ୍ରା ପାଇଁ ମୋଟ 60 ଦିନର ଧାର୍ଯ୍ୟ କରାଯାଇଛି ।

‘‘ରାଜ୍ୟର ତୃଣମୂଳସ୍ତରରୁ ନୂତନ ଉଦ୍ଭାବକ, ମହିଳା ଉଦ୍ୟୋଗୀକୁ ପ୍ରୋତ୍ସାହନ କରିବା ସହ ଷ୍ଟାର୍ଟଅପ ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟର ଷ୍ଟାର୍ଟଅପ କାର୍ଯ୍ୟକ୍ରମ ରାଜ୍ୟ ଏବଂ ରାଜ୍ୟ ଉଦ୍ୟମୀ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିବାରୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଏହି ଯାତ୍ରା ଯୁବବର୍ଗଙ୍କ ମଧ୍ୟରେ ଷ୍ଟାର୍ଟଅପ, ନୂତନତ୍ବ ସୃଷ୍ଟି ନେଇ ପ୍ରେରଣା ଯୋଗାଇବ । 2025 ମସିହା ସୁଦ୍ଧା ରାଜ୍ୟରେ 5 ହଜାର ଷ୍ଟାର୍ଟଅପ ଲକ୍ଷ୍ୟ ରଖାଯାଇଛି । ଲୁକ୍କାୟିତ ବିଚାରକୁ ଆଗକୁ ଆଣିବାରେ ଷ୍ଟାର୍ଟଅପ 2.0 କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ’’।

ଏହାବି ପଢନ୍ତୁ: ବିଧାୟକଙ୍କୁ ଭେଟିବେ ନବୀନ, 2024 ପାଇଁ ଦେବେ ଗୁରୁମନ୍ତ୍ର !

ସେହିପରି ରାଜ୍ୟରେ ଆନୁଷ୍ଠାନିକ ଭାବେ 1300 ଷ୍ଟାର୍ଟଅପ୍ ଦ୍ୱାରା ପ୍ରାୟ 10 ହଜାର ଉଦ୍ୟୋଗ ସୃଷ୍ଟି ହୋଇପାରିଛି । ତନ୍ମଧ୍ୟରୁ ପ୍ରାୟ 40 ପ୍ରତିଶତ ଷ୍ଟାର୍ଟଅପ ମହିଳା ଉଦ୍ୟୋଗୀଙ୍କ ଦ୍ବାରା କରାଯାଇଛି । ଷ୍ଟାର୍ଟଅପ୍ ଯାତ୍ରା ଜରିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଟ୍କ୍ୟାମ୍ପ ଅନୁଷ୍ଠିତ ହେବ । ଏହା ଦ୍ବାରା ରାଜ୍ୟରେ ଆଗାମୀ ଦିନରେ ନୂତନ ବିଚାର ଏବଂ ଉଦ୍ୟୋଗ ସମ୍ଭାବନାର ପେଣ୍ଠସ୍ଥଳ ହେବ ବୋଲି ଆଶା କୁହାଯାଉଛି । ନବୀନ ନିବାସ ଆଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ, ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଏବଂ 50ରୁ ଊର୍ଦ୍ଧ୍ବ ଯୁବ ଉଦ୍ୟୋଗୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.