ETV Bharat / city

ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଓ ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

CM Naveen Patnaik felicitates shooter Sriyanka Sarangi and sprinter Jayanti Behera
ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି
author img

By

Published : Mar 26, 2022, 9:48 PM IST

ଭୁବନେଶ୍ବର: ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଓ ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରିଛନ୍ତି । ସେମାନେ ରାଜ୍ୟ ପାଇଁ ଗୌରବ ଆଣିବା ସହ, ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇଥିବା କହିଛନ୍ତି । ଏଥିସହ ଆଗାମୀ ଦିନରେ ଆହୁରି ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶ୍ରୀୟଙ୍କା ନିକଟରେ କାଇରୋରେ ଅନୁଷ୍ଠିତ ISSF ବିଶ୍ବକପ୍‌ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ୍‌ ମେଡାଲ ପାଇଛନ୍ତି । ସେ ମଧ୍ୟ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିୟନ ଭାବେ ସୁନାମ ଅର୍ଜନ କରିଛନ୍ତି । ସେହିପରି ଜୟନ୍ତୀ ବେହେରା ଦୁବାଇରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍‌ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି । ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ୍‌ ପଦକ ପାଇଥିବା ବେଳେ ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି ।

ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି । ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ selfie ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.