ETV Bharat / city

ଶ୍ରୀମନ୍ଦିର ପାର୍ଶ୍ବରୁ ଉଚ୍ଛେଦ ପ୍ରସଙ୍ଗ: 11 ପରିବାରଙ୍କ ପ୍ରଶଂସା କଲେ, ଉପହାର ଦେଲେ ନବୀନ - CM naveen patnaik

ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା 11ଟି ପରିବାରର ସଦସ୍ୟ ସମ୍ବର୍ଦ୍ଧିତ । ଲୋକସେବା ଭବନରେ ଏମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ
author img

By

Published : Oct 23, 2019, 11:17 PM IST

Updated : Oct 23, 2019, 11:27 PM IST

ଭୁବନେଶ୍ବର: ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା 11ଟି ପରିବାରର ସଦସ୍ୟ ସମ୍ବର୍ଦ୍ଧିତ । ଆଜି (ବୁଧବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଉପହାର ଆକାରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି ।

ଓଡିଶାବାସୀ ଆପଣଙ୍କ ନିକଟରେ ଋଣୀ

ଏହି ଅବସରରେ ସେମାନଙ୍କ ତ୍ୟାଗ ଓ ଅବଦାନର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି । ଆପଣମାନଙ୍କର ଅବଦାନ ପାଇଁ ଓଡିଶାବାସୀ ଆପଣମାନଙ୍କ ନିକଟରେ ଋଣୀ ।’

ଏଥି ସହିତ ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ଏମାନଙ୍କର ତ୍ୟାଗକୁ ଆମର ଭବିଷ୍ୟତ ପୀଢି ସବୁଦିନ ପାଇଁ ମନେ ରଖିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ଏହାସହ ଶ୍ରୀମନ୍ଦିର ଓଡିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଜାତିର ବଡ ପରିଚୟ । ମହାପ୍ରଭୁଙ୍କ ପାଇଁ ଓ ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି । ଖୁସିର କଥା, 11 ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି। ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ । ଓଡିଆ ଜାତିର ଭବିଷ୍ୟତ ପୀଢି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ ବୋଲି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ସଞ୍ଜୁକ୍ତା ସାମଲ, ଚନ୍ଦ୍ରକାନ୍ତି ଦାସ, କୁମୁଦିନୀ ଗୁରୁ, ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବ୍ରଜକିଶୋର ପଣ୍ଡା, ଗଦାଧର ପାଢୀ, କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ, ଶଶିଭୂଷଣ ଦାସଙ୍କ ସମେତ ସେମାନଙ୍କର ପରିବାରବୃନ୍ଦ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଓଡିଶାବାସୀ ଆପଣଙ୍କ ନିକଟରେ ଋଣୀ : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟ ମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଆକାରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତ୍ତୀ ପ୍ରଦାନ କରିବା ସହିତ ଉତ୍ତରୀୟ ମଧ୍ୟ ଦେଇଥଲେ।
Body:ଏହି ଅବସରରେ ସେମାନଙ୍କ ତ୍ୟାଗ ଓ ଅବଦାନର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପରିବାର ମାନଙ୍କ ଅବଦାନ ପାଇଁ ଓଡିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ରହିବେ। ଶ୍ରୀମନ୍ଦିରର ସୁରକ୍ଷା ଶ୍ରୀକ୍ଷେତ୍ରର ବିକାଶ ପାଇଁ ସେମାନଙ୍କ ତ୍ୟାଗକୁ ଆମର ଭବିଷ୍ୟତ ପୀଢି ସବୁଦିନ ପାଇଁ ମନେ ରଖିବ ବୋଲି ସେ କହିଥିଲେ। ଅନ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସ୍ବେଚ୍ଛାରେ ଜାଗା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି । ଆପଣମାନଙ୍କର ଏ ଅବଦାନ ପାଇଁ ଓଡିଶାବାସୀ ଆପଣମାନଙ୍କ ନିକଟରେ ଋଣୀ । ଶ୍ରୀମନ୍ଦିର ଓଡିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ । ମହାପ୍ରଭୁଙ୍କ ପାଇଁ, ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ ।
ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି । ଖୁସିର କଥା, ୧୧ ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି। ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।
“ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ । ଓଡିଆ ଜାତିର ଭବିଷ୍ୟତ ପୀଢି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତି ମାନେ ହେଲେ ସଂଯୁକ୍ତା ସାମଲ, ଚନ୍ଦ୍ରକାନ୍ତି ଦାସ, କୁମୁଦିନୀ ଗୁରୁ, ରମାଦେବୀ ଶର୍ମା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବ୍ରଜକିଶୋର ପଣ୍ଡା, ଗଦାଧର ପାଢୀ, କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ, ଶଶିଭୂଷଣ ଦାସ ଏବଂ ସେମାନାଙ୍କ ପରିବାରବୃନ୍ଦ । Conclusion:ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Last Updated : Oct 23, 2019, 11:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.