ETV Bharat / city

ପ୍ରବାସୀ ଶ୍ରମିକଙ୍କ ପାଇଁ ନବୀନଙ୍କ ପ୍ୟାକେଜ; ଗଠନ ହେଲା କର୍ପସ ଫଣ୍ଡ - ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଆଉ କେହି ଯିବେ ନାହିଁ ଦାଦନ ଖଟି । ଏଣିକି ରାଜ୍ୟରେ ମିଳିବ କାମ । ସରକାର ଘୋଷଣା କଲେ ପାଣ୍ଠି । କେଉଁ ପାଣ୍ଠିକୁ ମିଳିଲା କେତେ ଟଙ୍କା ପଢନ୍ତୁ ସଂପୂର୍ଣ୍ଣ ଖବର...

ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ
ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ
author img

By

Published : Jan 15, 2020, 5:16 PM IST

ଭୁବନେଶ୍ବର: ଦୀର୍ଘଦିନ ପରେ ପ୍ରବାସୀ ଶ୍ରମିକଙ୍କ କଥା ରାଜ୍ୟ ସରକାରଙ୍କ ମନେ ପଡିଲା । ଆଜି ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା ହୋଇଥବା ପ୍ୟାକେଜ ବିଶେଷ କରି ରାଜ୍ୟର ଦାଦନ ପ୍ରବଣ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଦାଦନ ଶ୍ରମିକଙ୍କ ଜୀବନ ଧାରଣରେ ଉନ୍ନତି କରିବା ସହ ସେମାନଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ଦେବାପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ଏଥିପାଇଁ 5ଶହ କୋଟିର ଏକ କର୍ପସ ଫଣ୍ଡ ଗଠନ କରାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ; ଘୋଷଣା ହେଲା କର୍ପସ ଫଣ୍ଡ

‘2015 ମସିହା ରାଜ୍ୟ ଆକ୍ସନ ପ୍ଲାନ’ ଅନୁଯାୟୀ ଏଥିରେ ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିକୁ ସାମିଲ କରାଯାଇଛି। ଘୋଷଣା ଅନୁସାରେ ପ୍ୟାକେଜରେ ପ୍ରଥମ ପର୍ଯ୍ୟାୟରେ ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୨୦ଟି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ଶହ ଦିନ ବଦଳରେ ଏଣିକି ୨ଶହ ଦିନ କାମ ମିଳିବ । ଏହାସହ ଦୈନିକ ମଜୁରି ୧୮୮ ଟଙ୍କା ପରିବର୍ତ୍ତେ ୨୮୬ ଟଙ୍କାକୁ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ପୃକ୍ତ ୨୦ଟି ବ୍ଲକର ୪୭୭ଟି ପଞ୍ଚାୟତକୁ ଜୀବିକା ମିଶନ ଯୋଜନା ଅଧୀନରେ ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯିବ। ଏହି ଯୋଜନା ମାଧ୍ୟମରେ ସମସ୍ତ ଗ୍ରାମରେ ପ୍ରତ୍ୟେକ ପରିବାରର ମହିଳା ସଦସ୍ୟମାନଙ୍କୁ ସ୍ବଂୟ ସହାୟକ ଗୋଷ୍ଠିରେ ସାମିଲ କରାଯିବ । ସେମାନଙ୍କ ସ୍ବାସ୍ଥ୍ୟସେବା ସୁ-ନିଶ୍ଚିତ କରିବା ପାଇଁ ସେମାନଙ୍କର ବୀମା କରାଯିବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପକ୍କାଘର ନଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବେ ସରକାର । ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ‘ଶ୍ରମିକ ମିତ୍ର ନିଯୁକ୍ତି ‘ ଏବଂ ଆର୍ଥିକ ସହାୟତା ପାଇବା ପାଇଁ ସହଜ ବ୍ୟବସ୍ଥା ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଉତ୍ସବାରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ ବୋର୍ଡର ସଭାପତି ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଶ୍ରମିକ ଉନ୍ନତୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ଘୋଷଣା କରିଛନ୍ତି। ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକ ତଥା ମୂଲିଆଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ପ୍ୟାକେଜ୍ ଘୋଷଣା କରିଛନ୍ତି। Body:୧୧ଟି ଜିଲ୍ଲା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି। , ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ। ୪ ଜିଲ୍ଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ମିଳିବ ୨ଶହ କର୍ମନିଯୁକ୍ତି। ମନରେଗାରେ ଶ୍ରମିକଙ୍କୁ ଦୈନିକ ୧୮୮ ବଦଳରେ ମିଳିବ ୨୮୬.୩୦ ମଜୁରୀ। ଶ୍ରମିକଙ୍କୁ ସହଜରେ ପ୍ରାପ୍ୟ ଦେବା ନିମନ୍ତେ ୫ଶହ କୋଟିର କର୍ପସ ପାଣ୍ଠି ଗଠନ କରାଯିବ। ୪ ଜିଲ୍ଲାର ୨୦ ପଞ୍ଚାୟତର ସବୁ ପରିବାରର ମହିଳାଙ୍କୁ ଏସଏଚଜିରେ ସାମିଲ କରାଯିବ। ସମସ୍ତ ଏସଏଚଜି ସଦସ୍ୟଙ୍କୁ ବୀମାଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ୨୦ ବ୍ଲକରେ ଥିବା ଯୋଗ୍ୟ ପରିବାରକୁ ପକ୍କା ଘରର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ଏହା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ସହ ୧୮ରୁ ୩୫ ବର୍ଷ ଭିତରେ ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ

Conclusion:ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ଅନ ଲାଇନ ମାଧ୍ୟମରେ ଇ ଶ୍ରମିକ ସମାଧାନ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। 24 ଘଣ୍ଟିଆ ହେଲ୍ପ ଲାଇନ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଭୁବନେଶ୍ୱର ଜୟଦେବ ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.