ETV Bharat / city

ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ 274 ଅଧ୍ୟାପକଙ୍କୁ ନିଯୁକ୍ତି - cm Naveen Patnaik

ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ 274 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଇଂରାଜୀରେ 156, ରାଜନୀତି ବିଜ୍ଞାନ 117 ଏବଂ ଗଣିତରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିଯୁକ୍ତି ହେଲେ 274 ଅଧ୍ୟାପକ

author img

By

Published : Aug 31, 2022, 8:50 AM IST

ଭୁବନେଶ୍ବର: ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରୀ କଲେଜରେ 274 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଇଂରାଜୀରେ 156, ରାଜନୀତି ବିଜ୍ଞାନ 117 ଏବଂ ଗଣିତରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗଦର୍ଶନ ଦେଇଛନ୍ତି।

ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିଯୁକ୍ତି ହେଲେ 274 ଅଧ୍ୟାପକ
ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିଯୁକ୍ତି ହେଲେ 274 ଅଧ୍ୟାପକ

ସମାଜରେ ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ । ସେଥିପାଇଁ ରାଜ୍ୟରେ ଶିକ୍ଷାର ମାନ ବଢାଇବା ଲାଗି ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ ମଧ୍ୟ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରହିଛି । କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବ ନିଯୁକ୍ତ ଅଧ୍ୟାପକଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

  • Addressing the induction programme for 274 lecturers who joined State Non-Govt Aided Degree Colleges, CM @Naveen_Odisha said that all the teachers will have a significant role in improving college education and providing a boost to #Odisha's higher education ecosystem. pic.twitter.com/IVGM3d91HL

    — CMO Odisha (@CMO_Odisha) August 30, 2022 " class="align-text-top noRightClick twitterSection" data=" ">
କଲେଜ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକଙ୍କ ବଡ଼ ଭୂମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଂରାଜୀ ଜ୍ଞାନ ଥିଲେ ଆନ୍ତର୍ଜାତିକ ପ୍ରସଙ୍ଗ ବୁଝିବା ଛାତ୍ରଛାତ୍ରୀଙ୍କ ଲାଗି ସହଜ ହେବ । ଏନେଇ ଇଂରାଜୀ ଭାଷା ଶିକ୍ଷାରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ବିଶ୍ୱରେ ଆମ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ରମାଗତ ଭାବେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି । ବୈଷୟିକ ଜ୍ଞାନଶୈଳୀ ଏବଂ ବୃତ୍ତିଗତ ଅନୁଷ୍ଠାନ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି । ଯୁବକମାନେ ସମାଜକୁ ଗଢିବା ଓ ପରିବର୍ତ୍ତନରେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି ।

ଏହି ବି ପଢନ୍ତୁ...ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ

କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଖାଲି ଥିବା ପଦବୀ ପୂରଣ କରିବା ଲାଗି ପଦକ୍ଷେପ ନିଆଯାଉଛି । ଫଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଅନୁପାତ ମଧ୍ୟରେ ସମନ୍ୱୟ ରହିବ । ଆମେ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରର ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ । ଯୁବବର୍ଗଙ୍କ ମାନସିକତାକୁ ପରଖି ଆଗକୁ ଅନୁପ୍ରାଣିତ କରିବା ଲାଗି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ ନବ ନିଯୁକ୍ତ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.