ETV Bharat / city

ଗଣମାଧ୍ୟମର ଦାୟିତ୍ୱ ବୁଝାଇଲେ ମୁଖ୍ୟମନ୍ତ୍ରୀ, ଜାତୀୟତା ଭାବ ଜାଗ୍ରତ କରାଇବାକୁ ଦେଲେ ଆହ୍ୱାନ

author img

By

Published : Aug 8, 2022, 10:56 PM IST

ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ସାମ୍ପ୍ରଦୟିକ ସଦଭାବନା, ଜାତୀୟତା ଭାବ ଜାଗ୍ରତ କ୍ଷେତ୍ରରେ ଗଣମାଧ୍ୟମ କାମ କରୁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଗଣମାଧ୍ୟମର ଦାୟିତ୍ବ ବୁଝାଇଲେ ମୁଖ୍ୟମନ୍ତ୍ରୀ, ଜାତୀୟତା ଭାବ ଜାଗ୍ରତ କରାଇବାକୁ ଦେଲେ ଆହ୍ବାନ

କଟକ: ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ ଗୃହମନ୍ତ୍ରୀଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଜାତନ୍ତ୍ରକୁ ଶୁଭେଚ୍ଛା ଜଣାଇବା ସହ ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ସାମ୍ପ୍ରଦୟିକ ସଦଭାବନା, ଜାତୀୟତା ଭାବ ଜାଗ୍ରତ କ୍ଷେତ୍ରରେ ଗଣମାଧ୍ୟମ କାମ କରୁ ବୋଲି ସେ କହିଛନ୍ତି ।

ଜାତୀୟତା ଭାବ ଜାଗ୍ରତ କରାଇବାକୁ ଦେଲେ ଆହ୍ୱାନ

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ ଗଣମାଧ୍ୟମକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି, "ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସମାଜରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ସାମ୍ପ୍ରଦୟିକ ସଦଭାବନା, ଜାତୀୟତା ଭାବ ଜାଗ୍ରତ କ୍ଷେତ୍ରରେ ଗଣମାଧ୍ୟମ କରିବା ଆବଶ୍ୟକ । ମିଡିଆ ବିନା ଡର ଭୟରେ କାମ କରିବା ଆବଶ୍ୟକ । ଲୋକଙ୍କ ବିଶ୍ବାସରେ ଗଣମାଧ୍ୟମର ପ୍ରତିଷ୍ଠା ଏଥିପାଇଁ ରାଜନୀତି ବଦଳରେ ଗଣମାଧ୍ୟମ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ କାର୍ଯ୍ୟ କରିବା ଦରକାର ।"

ସେହିଭଳି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଜତନ୍ତ୍ରର ଗୁଣଗାନ କରିଥିଲେ । ତାସହିତ ସେ ଗଣମାଧ୍ୟମର ଗୁରୁତ୍ବକୁ ବୁଝାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ପଦ୍ମ ଭୂଷଣ ପ୍ରତିଭା ରାୟ ପ୍ରଜାତନ୍ତ୍ର ରୁ ତାଙ୍କର ସାହିତ୍ୟ ଯାତ୍ରାର ଆରମ୍ଭ କରିଥିଲେ । ଯାହା ଏବେବି ଗତିଶୀଳ । ଉତ୍କଳ କେଶରୀଙ୍କ ମାନସ ପୁତ୍ର ପ୍ରଜାତନ୍ତ୍ର ପରାଧୀନ ଭାରତର ଜେଲ କୋଠରୀରୁ ଜନ୍ମ ନେଇଥିଲା ।"

ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.