ETV Bharat / city

ଜୁନ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ - ଜୁନ

ରାଜ୍ୟବାସୀଙ୍କୁ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

cm-naveen-patanik-vedio-talk
cm-naveen-patanik-vedio-talk
author img

By

Published : Jun 4, 2020, 9:16 PM IST

ଭୁବନେଶ୍ବର: ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସର୍ଟଡାଉନ ହେବ । ୨ ମାସ ଧରି ଆମେ ଯେଉଁ ତ୍ୟାଗ କରିଛନ୍ତି, ତାକୁ ବିଫଳ ହେବାକୁ ଦେବାନାହିଁ ବୋଲି ଭିଡ଼ିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜୁନ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କରି ଏହା କହିଛନ୍ତି । ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା । କୋରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । କୋରୋନାର ମେଡିସିନ୍‌ ଆସି ନଥିବାରୁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ମୌସୁମୀ ଆସୁଛି । ଆମକୁ ଅଧିକ ସତର୍କ ହେବାକୁ ପଡିବ ।

ଲକ୍‌ଡାଉନ୍‌, ସଟ୍‌ଡାଉନ ଥାଉ କି ନଥାଉ ଆମେ ସଂଯମ ହେବା ଉଚିତ । ରାଜ୍ୟବାସୀଙ୍କ ଜୀବିକା ପାଇଁ ଲକ୍‌ଡାଉନ କୋହଳ କରାଯାଇଛି। କିନ୍ତୁ ଜୀବିକାର ଆଳରେ ଜୀବନକୁ ବିପଦକୁ ଠେଲିଦେବା ଉଚିତ ନୁହେଁ। ସାଢ଼େ ୪ କୋଟି ଭାଇଭଉଣୀଙ୍କ ଜୀବନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ, ଜୁନ୍‌ରେ ମୌସୁମି ଆସୁଥିବାରୁ ଆମକୁ ଅଧିକ ସତର୍କ ହେବାକୁ ହେବ । ଏହି ମାସରେ ଥଣ୍ଡା,କାଶ ଓ ଜ୍ବର ଏହି ସମୟରେ ବେଶୀ ଦେଖାଦେବ ତେଣୁ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.