ETV Bharat / city

ବିଧାୟକଙ୍କୁ ଭେଟିବେ ନବୀନ, 2024 ପାଇଁ ଦେବେ ଗୁରୁମନ୍ତ୍ର ! - ବିଧାୟକଙ୍କୁ ଭେଟିବେ ନବୀନ

ଆସନ୍ତା 28 ତାରିଖରେ ବିଧାୟକମାନଙ୍କୁ ଭେଟିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 2024 ନିର୍ବାଚନ ପାଇଁ ଦେବେ କି ଗୁରୁମନ୍ତ୍ର । ସଂଗଠନ ସୁଦୃଢ ପାଇଁ ପ୍ରସ୍ତୁତ ହେବ କି ନୂଆ ରଣନୀତି ? ନିକଟରେ 30 ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ଏବେ ବୈଠକକୁ ନେଇ ଚର୍ଚ୍ଚା । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ସଭାପତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 26, 2022, 10:58 PM IST

ଭୁବନେଶ୍ବର: ଆସନ୍ତା 28 ତାରିଖରେ ବିଧାୟକମାନଙ୍କୁ ଭେଟିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 2024 ନିର୍ବାଚନ ପାଇଁ ଦେବେ କି ଗୁରୁମନ୍ତ୍ର । ସଂଗଠନ ସୁଦୃଢ ପାଇଁ ପ୍ରସ୍ତୁତ ହେବ କି ନୂଆ ରଣନୀତି? ନିକଟରେ 30 ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ଏବେ ବୈଠକକୁ ନେଇ ଚର୍ଚ୍ଚା । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ସଭାପତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବୈଠକରେ ପୁଣି ଥରେ କ୍ଷମତା ବଜାୟ ରଖିବା ପାଇଁ ହୋଇପାରେ ବ୍ଲୁ ପ୍ରିଣ୍ଟ ।

ବିଧାୟକଙ୍କୁ ଭେଟିବେ ନବୀନ, 2024 ପାଇଁ ଦେବେ କି ଗୁରୁମନ୍ତ୍ର

ସେପେଟ ବିଜେଡି ବିଧାୟକ ଅନନ୍ତ ଜେନା କହିଛନ୍ତି ଦଳ 2019 ନିର୍ବାଚନ ପରଠାରୁ ପ୍ରସ୍ତୁତ ଅଛି ନିର୍ବାଚନ ପାଇଁ । ରାଜ୍ୟରେ ଏକମାତ୍ର ଭରସା ଓ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ସମସ୍ତେ କାମ କରନ୍ତି । ସରକାର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ତେଣୁ ଯେବେ ନିର୍ବାଚନ ହେବ ଦଳ ପ୍ରସ୍ତୁତ ରହିଥିବା କହିଛନ୍ତି । ସେପଟେ ଏହାକୁ ନେଇ ବିଜେଡିକୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଯେତେ ଗୁରୁମନ୍ତ୍ର ଦେଲେ ମଧ୍ୟ କାମ ଦେବ ନାହିଁ । 24 ନିର୍ବାଚନରେ ଲୋକେ ବିଜେଡିକୁ ଜବାବ ଦେବେ । 22 ବର୍ଷ ହେଲା ରାଜ୍ୟ ପାଇଁ ସରକାର କଣ କରିଛନ୍ତି, ଲକ୍ଷ ଲକ୍ଷ ରାଜ୍ୟରେ ବାହାରେ ଦାଦନ ଖଟୁଛନ୍ତି । ଏଥିପାଇଁ କିଏ ଦାୟୀ ବୋଲି ବିଜେଡିକୁ ଟାର୍ଗେଟ କରିଛନ୍ତି ।

ସାଧାରଣ ନିର୍ବାଚନକୁ ପାଖାପାଖି 2 ବର୍ଷ ରହିଛି । ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ସଂଗଠନ ସଜାଡିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ଦଳୀୟ ବିଧାୟକଙ୍କ ସହ ସିଧା ସଳଖ ବୈଠକ କରିବା ବେଶ ଗୁରୁତ୍ବ ବହନ କରୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସଙ୍କ ସହ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.