ETV Bharat / city

ହଜ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମ୍ବର୍ଦ୍ଧନା - haj house

ନବୀନ ପଟ୍ଟନାୟକ ହଜ ଯାତ୍ରୀଙ୍କୁ ଜୟଦେବ ଭବନରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 10, 2019, 8:51 PM IST

Updated : Jul 10, 2019, 11:21 PM IST

ଭୁବନେଶ୍ବର: ହଜ୍‌ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଏହି ଅବସରରେ 386 ଜଣ ପୁରୁଷ ଓ 267 ଜଣ ମହିଳା ହଜ୍ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବ ଭବନଠାରେ ଏକ ସ୍ବତନ୍ତ୍ର ସଭାରେ ସମ୍ବର୍ଦ୍ଧିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ସ୍ଥିତ ପୋଖରିପୁଟରେ ସମସ୍ତ ସୁବିଧା ସମ୍ପନ୍ନ ଏକ ହଜ ହାଉସର ମଧ୍ୟ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରେ ସରକାରଙ୍କ ପକ୍ଷରୁ ହଜ ଯାତ୍ରୀଙ୍କ ସୁବିଧା ନିମନ୍ତେ ଖାଦିମ-ଉଲ-ହୁଜ୍ଜାଜ ଭାବେ ଯାଉଥିବା 3 ଜଣ ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ।

ହଜ୍ ଯାତ୍ରାରେ ମୋଟ 653 ଜଣ ଯାତ୍ରୀ ଯାଉଛନ୍ତି । ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ ହଜ ହାଉସର ଲୋକାର୍ପଣ କରିଛନ୍ତି । ଏହାସହ ଓଡିଆରେ ହଜ ଗାଇଡ ବହି ମଧ୍ୟ ଯାତ୍ରୀଙ୍କୁ ଦିଆଯାଉଛି ।

ଏଠାରେ ସୂଚନାଯୋଗ୍ୟ, ହଜ୍ ଯାତ୍ରା ୨୫ ଜୁଲାଇରୁ ଅଗଷ୍ଟ 5ତାରିଖ ମଧ୍ୟରେ ଆରମ୍ଭ ହେବ । ପ୍ରାୟତଃ 45 ଦିନର ଏହି ଯାତ୍ରା । ତେବେ ହଜ୍ ହାଉସ ପାଇଁ ରାଜ୍ୟ ସରକାର ପ୍ରାୟ 3 କୋଟି ଟଙ୍କା ବ୍ୟୟ କରିଛନ୍ତି ବୋଲି ରାଜ୍ୟ ହଜ କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ସାୟଦ ମହମ୍ମଦ ଅକଦଶ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରଏ, ଇଟିଭି ଭାରତ

Last Updated : Jul 10, 2019, 11:21 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.