ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ଧନ୍ୟବାଦ ଦେଲେ ନବୀନ । ଫୋନି ପ୍ରଭାବିତ ୧୪ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ଚିଠି ଲେଖିଲେ ନବୀନ । ଏହି ୧୬ ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଯୋଜନାରେ ସାମିଲ ପାଇଁ ନବୀନ ଦାବି କରିଛନ୍ତି ଏହାସହ ଆୱାସ୍ ପ୍ଲସ୍ (Aawaas+ Mobile App) ଆପ୍ ଖୋଲିବା ପାଇଁ କଲେ ଅନୁରୋଧ ।
ଏହାସହ ଆଉ ୧ ମାସ ପାଇଁ ଏହି ଆପକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏପଟେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା, ଆବାସ ପ୍ଲସକୁ ସ୍ଥାନାନ୍ତର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
-
CM @Naveen_Odisha urged PM Shri @narendramodi to include about 6 lakh identified eligible households of #Odisha under the Pradhan Mantri Awas Yojana-Gramin for the districts not affected by #CycloneFani. These districts are predominantly tribal districts & cover KBK districts. pic.twitter.com/OkWlM2SaIY
— CMO Odisha (@CMO_Odisha) July 5, 2021 " class="align-text-top noRightClick twitterSection" data="
">CM @Naveen_Odisha urged PM Shri @narendramodi to include about 6 lakh identified eligible households of #Odisha under the Pradhan Mantri Awas Yojana-Gramin for the districts not affected by #CycloneFani. These districts are predominantly tribal districts & cover KBK districts. pic.twitter.com/OkWlM2SaIY
— CMO Odisha (@CMO_Odisha) July 5, 2021CM @Naveen_Odisha urged PM Shri @narendramodi to include about 6 lakh identified eligible households of #Odisha under the Pradhan Mantri Awas Yojana-Gramin for the districts not affected by #CycloneFani. These districts are predominantly tribal districts & cover KBK districts. pic.twitter.com/OkWlM2SaIY
— CMO Odisha (@CMO_Odisha) July 5, 2021
କେନ୍ଦ୍ର ସରକାର କେବଳ ଫନି ପ୍ରଭାବିତ 14 ଜିଲ୍ଲା ପାଇଁ ଆପ କାର୍ଯ୍ୟକ୍ଷମ କରିଥିବା ବେଳେ ଅନ୍ୟ ୧୬ ଜିଲ୍ଲା ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଜିଲ୍ଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ଅଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଫନି ପ୍ରଭାବିତ ହୋଇ ନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ନବୀନ ଦାବି କରିଛନ୍ତି ।
ଏପଟେ ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ଘର ଟାର୍ଗେଟ ଦେଇଛି କେନ୍ଦ୍ର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ