ETV Bharat / city

ଦେଶରେ ପ୍ରଥମ: ହିଞ୍ଜିଳିରେ ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରୀକରଣ

author img

By

Published : Aug 26, 2021, 9:07 PM IST

ହିଞ୍ଜିଳିରେ ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଏହି ରୂପାନ୍ତର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବାରେ ପ୍ରୋତ୍ସାହିତ କରିବ କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଦେଶରେ ପ୍ରଥମ; ହିଞ୍ଜିଳିରେ ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରୀକରଣ

ଭୁବନେଶ୍ବର: ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗୁରୁବାର ଆଉ 10ଟି ସ୍କୁଲ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ୫-ଟି ଉପକ୍ରମରେ ହିଞ୍ଜିଳିର ଏଯାବତ୍ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ରୂପାନ୍ତର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବାରେ ପ୍ରୋତ୍ସାହିତ କରିବ । ସ୍କୁଲଗୁଡିକରେ ଏହି ନୂଆ ସୁଯୋଗ ଓ ନୂଆ ପରିବେଶ ପିଲାମାନଙ୍କୁ ସ୍କୁଲକୁ ଆସିବା ପାଇଁ ଓ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିପାରିଛି । ପିଲାମାନଙ୍କର ଏହି ଆଗ୍ରହ ହିଁ ସେମାନଙ୍କ ସଫଳତା ପାଇଁ ନୂଆ ରାସ୍ତା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛାତ୍ର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ସମୟ । ତେଣୁ ଏହି ସମୟର ସଦୁପଯୋଗ କରି ନିଜ ପ୍ରତିଭାର ବିକାଶ ପାଇଁ ପିଲାମାନେ ଉଦ୍ୟମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ । ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ । ବିଦ୍ୟାଳୟର ଗୌରବ । ପରିବାରର ଗୌରବ । ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ରୂପାନ୍ତରଣ ହୋଇଥିବା ସ୍କୁଲଗୁଡିକର ଯତ୍ନ ନିଜ ସମ୍ପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗୋଟିଏ ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରୀକରଣରେ ହିଞ୍ଜିଳି ସାରା ଦେଶରେ ପ୍ରଥମ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ନିକିତା, ସ୍ମୃତି ରାଣୀ, ଶିବାନୀ, ଅଞ୍ଜଳି, ଶାଶ୍ବତୀ, ସମୀରଣ ,ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଛାତ୍ରଛାତ୍ରୀ ରୂପାନ୍ତର କିପରି ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ବିଗୁଣିତ କରିଛି ତାହା ବର୍ଣ୍ଣନା କରିଛନ୍ତି ।ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ବାଗତ ଭାଷଣ ଦେଇଛନ୍ତି । ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ପ୍ରମିଳା ବିଶୋଇ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଏଥିରେ ଯୋଗ ଦେଇଛନ୍ତି ।ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟଗୁଡିକ ହେଉଛି-

(1) ଗଣେଷ ବିଦ୍ୟାପୀଠ, ଗଣ୍ଡୋଳ ପଞ୍ଚାୟତ
(2) କୃଷ୍ଣଛାଇ ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(3) ଅଲପୁର ହାଇସ୍କୁଲ, ରଲବା ପଞ୍ଚାୟତ
(4) ପଞ୍ଚାୟତ ହାଇସ୍କୁଲ, ଅଲାରିଗଡା ପଞ୍ଚାୟତ
(5) ସରକାରୀ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତ
(6) ଧବଳପୁର ହାଇସ୍କୁଲ, ଧବଳପୁର ପଞ୍ଚାୟତ
(7) ସମଲାଇ ବିଦ୍ୟାପୀଠ, ପୋଡିଙ୍ଗି, ବୁରୁପଡା ପଞ୍ଚାୟତ
(8) ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର ପଞ୍ଚାୟତ
(9) କୁରୁଲା ସରକାରୀ ହାଇସ୍କୁଲ, କୁରୁଲା ପଞ୍ଚାୟତ
(10) ସାରୁ ହାଇସ୍କୁଲ, ସାରୁ ପଞ୍ଚାୟତ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.