ETV Bharat / city

‘ହୋସଲା’ ଚାମ୍ପିଆନ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା - kalinga stadium

ଜାତୀୟ ‘ହୋସଲା’ ପ୍ରତିଯୋଗିତାରେ ସଫଳ ଓଡିଶା ଦଳକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।

kalinga stadium
ହୋସଲା ଚାମ୍ପିଆନ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
author img

By

Published : Jan 10, 2020, 5:24 PM IST

ଭୁବନେଶ୍ବର: ଜାତୀୟ ‘ହୋସଲା’ ପ୍ରତିଯୋଗିତାରେ ସଫଳ ହୋଇଥିବା ଓଡିଶା ଦଳକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।

‘ହୋସ୍‌ଲା’ ହେଉଛି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କର ସର୍ବଭାରତୀୟ ପ୍ରତିଯୋଗିତା । ଏଥିରେ ଭାଗ ନେଇ ଓଡିଶା ଦଳଗତ ଭାବେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଚମ୍ପିଆନ ହୋଇଛି।

ହୋସଲା ଚାମ୍ପିଆନ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଗତ ପ୍ରତିଯୋଗୀତାରେ ଓଡିଶା 23ଟି ପଦକ ଜିତିଥିବାବେଳେ ଚଳିତ ବର୍ଷ ମୋଟ 30ଟି ପଦକ ଜିତିଛି ଦଳ। ମୁଖ୍ୟମନ୍ତ୍ରୀ ଚାମ୍ପିୟାନ ଦଳକୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ଭବିଷ୍ୟତରେ ରାଜ୍ୟ ତଥା ଦେଶ ପାଇଁ ଏଭଳି ସୁନାମ ଆଣିବାକୁ କହିଛନ୍ତି।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିୟାନ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନିକଟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ର ସର୍ବଭାରତୀୟ ପ୍ରତିଯୋଗିତାରେ ଓଡିଶା ଦଳଗତ ଭାବେ ଚାମ୍ପିୟାନ ହୋଇଛି।କ୍ରମାଗତ ଦ୍ଵିତୀୟ ଥର ପାଇଁ ଓଡିଶା ଏହି ଚାମ୍ପିୟାନ ଆଖ୍ୟା ହାସଲ କରି ଗତବର୍ଷ 23ଟି ପଦକ ଜିତିଥିବା ବେଳେ ଚଳିତ ବର୍ଷ ସମୁଦାୟ 30 ଟି ପଦକ ଜିତିଛନ୍ତି।ତେଣୁ ମୁଖ୍ୟମନ୍ତ୍ରୀ ଏହି ଚାମ୍ପିୟାନ ଦଳକୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଆର୍ଥିକ ପୁରସ୍କାର ରେ ପୁରସ୍କୃତ କରିଛନ୍ତି।

Body:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।ଏଥି ସହିତ ସେ ପିଲାମାନଂକୁ ସେମାନଙ୍କ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତରେ ଦେଶ ପାଇଁ ଏଭଳି ସୁନାମ ଆଣିବାକୁ କହିଛନ୍ତି।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଟୁକୁନି ସାହୁ,ମୁଖ୍ୟ ସାଶନ ସଚିବ ଅସିତ ତ୍ରିପାଠୀ,5ଟି ସଚିବ ଭି କେ ପାଣ୍ଡିୟାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ପିଲାମାନେ ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ପୁରସ୍କୃତ ହୋଇ ବେଶ ଉତ୍ସାହୀତ ଥିବା କହିଛନ୍ତି।ଏହା ସହିତ ଆଗାମୀ ଦିନରେ ଏହି ଭଳି ଖେଳ ଜାରି ରଖିବେ ବୋଲି କହିଛନ୍ତି।
ବାଇଟ-ମନ୍ତ୍ରୀ -ଟୁକୁନି ସାହୁ,
ବାଇଟ-ଛାତ୍ରଛାତ୍ରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.