ETV Bharat / city

ଛେରା ପହଁରାରେ 50 ବର୍ଷ, ଜଗାର ଆଦ୍ୟ ସେବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - chhera pahanra

ଶ୍ରୀଜୀଉଙ୍କ ଆଦ୍ୟ ସେବକ ଭାବେ ଛେରାପହଁରା କରିବାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଏହି ଦିବ୍ୟ ଅନୁଭବ ପାଇଁ ଗଜପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଛେରା ପହଁରାରେ 50 ବର୍ଷ, ଆଦ୍ୟ ସେବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 20, 2021, 9:57 PM IST

Updated : Jul 20, 2021, 10:17 PM IST

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ବିରଳ ରେକର୍ଡ ବନାଇଛନ୍ତି ଗଜପତି ମହାରାଜା । ଏ ବର୍ଷକୁ ମିଶାଇ ଗଜପତି ଛେରା ପହଁରା ନୀତି କରିବାରେ 50 ବର୍ଷ ପୂରଣ କରିଛନ୍ତି । ଯାହାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଦିବ୍ୟସିଂହ ଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଛେରାପହଁରା ନୀତି ସେବା ଓ ସମର୍ପଣର ସର୍ବୋତ୍ତମ ନିଦର୍ଶନ। ଶ୍ରୀଜୀଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଏହି ସେବା କରିବା ଏକ ଦିବ୍ୟ ଅନୁଭବ। ଏହି ଶୁଭ ଅବସରରେ ତାଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ ସେବାରେ ତାଙ୍କ ଜୀବନ ଆନନ୍ଦମୟ ହେଉ। pic.twitter.com/hOZa9hErM2

    — Naveen Patnaik (@Naveen_Odisha) July 20, 2021 " class="align-text-top noRightClick twitterSection" data=" ">

'ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଛେରା ପହଁରା ନୀତି ସେବା ଓ ସମର୍ପଣର ସର୍ବୋତ୍ତମ ନିଦର୍ଶନ । ଶ୍ରୀଜୀଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ଗଜପତି ମହାରାଜା ଏହି ସେବା କରିବା ଏକ ଦିବ୍ୟ ଅନୁଭବ । ଏହି ଶୁଭ ଅବସରରେ ତାଙ୍କୁ ମୋର ଶୁଭେଚ୍ଛା ବୋଲି' ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମହାପ୍ରଭୁଙ୍କ ସେବାରେ ତାଙ୍କ ଜୀବନ ଆନନ୍ଦମୟ ହେଉ ବୋଲି ପ୍ରାର୍ଥନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପିତାଙ୍କ ବିୟୋଗ ପରେ 1971 ମସିହାରୁ ଛେରା ପହଁରା କରି ଆସୁଛନ୍ତି ଦିବ୍ୟସିଂହ ଦେବ । କେବଳ ୧୯୭୬ରେ ଉଚ୍ଚଶିକ୍ଷା ପାଇଁ ବିଦେଶରେ ଥିବାରୁ ସେହି ବର୍ଷ ସେ ଛେରାପହଁରା କରିପାରି ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2021, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.