ETV Bharat / city

ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ କ୍ଲଷ୍ଟର: ସମୀର ଦାସ - bhubaneswar news

ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର । ଶିକ୍ଷକଙ୍କ ଗମନାଗମନରେ ନଷ୍ଟ ହେଉଥିବା ସମୟକୁ ବଞ୍ଚାଇବା ପାଇଁ ଏହି କ୍ଲଷ୍ଟର ପ୍ରସ୍ତୁତ ହେବ ।

ଫାଇଲ ଫଟୋ
author img

By

Published : Nov 2, 2019, 1:31 PM IST

ଭୁବନେଶ୍ବର: ଏଣିକି ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର । ଶିକ୍ଷକଙ୍କ ଗମନାଗମନରେ ନଷ୍ଟ ହେଉଥିବା ସମୟକୁ ବଞ୍ଚାଇବା ପାଇଁ ଏହି କ୍ଲଷ୍ଟର ହେବ । ଏହି କ୍ଲଷ୍ଟର ଦ୍ବାରା ଶିକ୍ଷକମାନେ କ୍ବାଟର୍ସରେ ରହିବେ । ଯଦ୍ବାରା ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲକୁ ଆସି ଶିକ୍ଷାଦାନ ମଧ୍ୟ କରିପାରିବେ ।

ତେବେ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ମୁ୍ଖ୍ୟମନ୍ତ୍ରୀ 100 କୋଟି ଘୋଷଣା କରିଥିଲେ । ସେଥିମଧ୍ୟରୁ ଶିକ୍ଷାର ବିକାଶ ପାଇଁ 10 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଚିତ୍ରକୋଣ୍ଡା ବ୍ଲକ ଗସ୍ତ କରିଥିଲେ । ଗସ୍ତ ସମୟରେ ମନ୍ତ୍ରୀ ସେଠାକାର ଶିକ୍ଷାଦାନର ସ୍ଥିତି ଯାଞ୍ଚ କରିଥିଲେ । ଏହା ସହ ଶିକ୍ଷକ ମାନଙ୍କ ଯିବା ଆସିବାରେ ୬ ଘଣ୍ଟା ସମୟ ଯାଉଥିବା ଘଟଣାକୁ ଲକ୍ଷ୍ୟ କରି କ୍ଲଷ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ ମାନଙ୍କ ପାଇଁ ହେବ କ୍ଲଷ୍ଟର। ଶିକ୍ଷକ ମାନଂକ ଗମନାଗମନ ରେ ନଷ୍ଟ ହେଉଥିବା ସମୟକୁ ବଞ୍ଚାଇବା ହେବ କ୍ଳଷ୍ଟର। ଶିକ୍ଷକ ମାନେ ଏହାଦ୍ୱାରା କ୍ୱାଟର ରେ ରହିବେ।ସ୍କୁଲ କୁ ଠିକ ସମୟରେ ଆସି ଶିକ୍ଷା ଦାନ କରିପାରିବେ। Body:ସ୍ୱାଭିମାନ ଅଞ୍ଚଳରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 100 କୋଟି ଟଙ୍କା ଘୋଷଣା କରିଥିଲେ। ସେଥିରୁ ଶିକ୍ଷା ର ବିକାଶ ପାଇଁ 10 କୋଟି ଟଙ୍କା ଖର୍ଚ୍ଚ ହେବ। ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ।ସୂଚନା ଅନୁସାରେ ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଚିତ୍ରୋକୋଣ୍ଡା ବ୍ଲକ ଗସ୍ତ କରିଥିଲେ ।Conclusion:ସେଠାକାର ଶିକ୍ଷା ଦାନ ର ସ୍ତିତି ବିଷୟରେ ଯାଞ୍ଚ କରିଥିଲେ ମନ୍ତ୍ରୀ ।ଏହା ସହ ଶିକ୍ଷକ ମାନଙ୍କ ଯିବା ଆସିବାରେ ୬ ଘଣ୍ଟା ସମୟ ଯାଉଥିବାରୁ ଏହାକୁ ଲକ୍ଷ ରଖି କ୍ଲଷ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ତ୍ରୀ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.